Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା, ଦରକାର ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର : ମହାମାରୀ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ଟେଷ୍ଟିଂ ସାଙ୍ଗକୁ ସର୍ଭେଲାନ୍ସ ବଢ଼ାଯିବ । ଏଥିସହ ପୋଲିସ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯିବ । ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସହ ଆଲୋଚନା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ କନଫରେନ୍ସ ଜରିଆରେ ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ଅତିରିକ୍ତ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସାମିଲ ହୋଇଥିଲେ । ଆଲୋଚନା ସମୟରେ କରୋନା ନିୟନ୍ତ୍ରଣ ପାଇଁ ବହୁ ପ୍ରସ୍ତାବ ଦିଆଯାଇଛି । ମହାମାରୀ ପାଇଁ ଆରଟିପିସିଆର ଟେଷ୍ଟକୁ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି । ଯଦି ଦରକାର ପଡ଼େ, ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ । ଏଥିସହ ସହରାଞ୍ଚଳ ସମ୍ବେଦନଶୀଳ ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ସେହିପରି କୋଭିଡ ସ୍ଥିତିକୁ ଦେଖି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.