ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ଦେହରେ ନିଆଁ ଲଗାଇବା ଘଟଣାକୁ ନେଇ ଏମ୍ସ ଭୁବନେଶ୍ବର ପରିସରରେ ଶନିବାର ରାତିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତେଜନା ପରେ ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କମିସନରେଟ୍ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି। ସମ୍ପୂର୍ଣ୍ଣ ଅଞ୍ଚଳ ଖାଲି କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି ।
ତଥାପି ବିଜେପି, ବିଜେଡି ଓ କଂଗ୍ରେସର ନେତା-କର୍ମୀମାନେ ନାରାବାଜି ସହ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଏମ୍ସ ଭୁବନେଶ୍ବରରେ ଭର୍ତ୍ତି ଥିବା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ଗୁରୁତର ଅଛନ୍ତି । ଗୁରୁତର ନାବାଳିକାଙ୍କ ଦେହ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କର ଏବେ ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସା ଜାରି ରହିଛି। ଅଗାମୀ ୪୮ରୁ ୭୨ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ଏମ୍ସ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
Comments are closed.