Latest Odisha News

ଦୁଇ ମାସ ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ମାସ ହେବ ବନ୍ଦ ରହିଥିବା ଭୁବନେଶ୍ୱର ଏମସ୍ ବର୍ହିବିଭାଗ(ଓପିଡି) ଆଜିଠୁ ଖୋଲିଛି । ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଆଜିଠାରୁ ଓପିଡିରେ ଆରମ୍ଭ ହୋଇଛି ସାଧାରଣ ରୋଗୀଙ୍କ ଚିକିତ୍ସା । ତେବେ ପ୍ରାଥମିକ ପର୍ଯ୍ୟାୟରେ ଓପିଡିରେ କମ୍ କମ୍ ରୋଗୀ ଦେଖିବେ ଡାକ୍ତର । ପ୍ରତିଦିନ ବର୍ହି ବିଭାଗରେ ପ୍ରତି ବିଭାଗରେ ୪୦ରୁ ୫୦ ରୋଗୀଙ୍କ ଚିକିତ୍ସା କରାଯିବ ।

ଗୋଟିଏ ସପ୍ତାହ ପରେ ସ୍ଥିତି ଅନୁଧ୍ୟାନ କରାଯିବ । ସବୁ କିଛି ଠିକଠାକ୍ ରହିଲେ ପରବର୍ତ୍ତୀ ସମୟରେ ଅଧିକରୁ ଅଧିକ ରୋଗୀ ଦେଖିବା ନେଇ ପଦକ୍ଷେପ ନିଆଯିବ ବୋଲି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ରୋଗୀ ଓ ସମ୍ପର୍କୀୟଙ୍କ ସୁରକ୍ଷା ଦୃଷ୍ଟିରୁ ଏପ୍ରିଲ୍ ୨୬ ତାରିଖରୁ ଏମ୍ସରେ ବନ୍ଦ ରହିଥିଲା ଓପିଡି ସେବା ।

Leave A Reply

Your email address will not be published.