Latest Odisha News

BREAKING NEWS

ଜୁନ ୧୮ରୁ ଖୋଲିବ ଦିଲ୍ଲୀ ଏମ୍‌ସ ଓପିଡି

ନୂଆଦିଲ୍ଲୀ : ଦେଶରେ ଏବେ ତଳ ମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀ ଏମସ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନୂଆ ଘୋଷଣା ଅନୁସାରେ, ଜୁନ ୧୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଦିଲ୍ଲୀ ଏମସ ଓପିଡି । ଏନେଇ ଦିଲ୍ଲୀ ଏମସ ଅଧୀକ୍ଷକ ଡକ୍ଟର ଡି.କେ ଶର୍ମା ସୂଚନା ଦେଇଛନ୍ତି ।

ନୂଆ ନିର୍ଦ୍ଦେଶନାମା ଅନୁସାରେ, ଯେଉଁମାନେ ଅନଲାଇନ୍ କିମ୍ବା ଟେଲିଫୋନ ଆପଏଣ୍ଟମେଣ୍ଟ ନେଇଥିବେ ସେହି ରୋଗୀମାନଙ୍କର ଓପିଡିରେ ପଞ୍ଜିକରଣ କରାଯିବ । ତେବେ କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ୱାକ୍‌ ଇନ୍‌ ରେଜିଷ୍ଟ୍ରେସନ ଲାଗି ନିଷ୍ପତ୍ତି ନିଆଯିବ ।

ମହାମାରୀ କରୋନା ପାଇଁ ଦିଲ୍ଲୀ ଏମସ୍‌ ଓପିଡିକୁ ବନ୍ଦ କରାଯାଇଥିଲା । ତେବେ ଏହି ସମୟରେ ଟେଲି ମେଡିସିନ ଜରିଆରେ ରୋଗୀଙ୍କୁ ଡାକ୍ତରମାନେ ପରାମର୍ଶ ଦେଉଥିଲେ । ଏବେ ଦେଶରେ କରୋନା ସଂକ୍ରମଣ କମୁଥିବାରୁ ରୋଗୀଙ୍କ ପାଇଁ ଏମସ ଓପିଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ କେବଳ ଗୁରୁତର ରୋଗୀଙ୍କୁ ଆଡମିଶନ କରାଯାଉଥିଲା ।

Leave A Reply

Your email address will not be published.