Latest Odisha News

କିରୋସିନ ଢ଼ାଳି ଅଙ୍ଗନଓ୍ବାଡି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗରରେ ଅଭାବନୀୟ ଘଟଣା । କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଙ୍ଗଓ୍ବାଡି କର୍ମୀ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନ ଓ ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ପ୍ରାୟ ଅଧିକ ପୋଡି ଯାଇଥବା ଜଣାପଡିଛି । ଗୁରୁତର ଅଙ୍ଗନଓ୍ବାଡି କର୍ମୀ କାମାକ୍ଷାନଗର ଥାନା ଜିରାଳ ଗାଁର ସମିତା ମିଶ୍ର । ପାରିବାରିକ କଳହରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଉଛି ।

ଅଙ୍ଗନଓ୍ଵାଡି କର୍ମୀ ସମିତା ଅସନପାଟିଆ ସ୍ଥିତ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ଝିଅ ସହ ଏକାକି ରହୁଥିଲେ । ଅନେକ ସମୟରେ ଉଭୟ ମା ଓ ଝିଅଙ୍କ ମଧ୍ୟରେ ଝଗଡା ହେଉଥିଲା । ଆଉ ଆଜି ଅଙ୍ଗନଓ୍ବାଡି କର୍ମୀ ସମିତା କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.