Latest Odisha News

କୋଲକାତା ଲଜ୍ଜା: ଦିଲ୍ଲୀ ଜନ୍ତରମନ୍ତରରେ ଏମ୍ସ ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ପୁଣି ଥରେ ରାସ୍ତାକୁ ଓହ୍ଲାଇବେ ଡାକ୍ତର । ଦିଲ୍ଳୀ ଏମ୍ସର ଡାକ୍ତରମାନେ ଆଜି ଅପରାହ୍ଣରେ ଜାତୀୟ ରାଜଧାନୀ ସ୍ଥିତ ଜନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ ।

ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍(ଏଫଏଆଇଏମଏ)ଏବଂ ଏମ୍ସର ବରିଷ୍ଠ ଡାକ୍ତର ଶୁଭ୍ରଙ୍କର ଦତ୍ତା ଏନେଇ ମିଡିଆକୁ ସୂଚନା ଦେଇ କହିଛନ୍ତି, ଆମ ସହକର୍ମୀଙ୍କ ନ୍ୟାୟ ଦାବିରେ ଜନ୍ତର ମନ୍ତର ଠାରେ ଶନିବାର ସେମାନେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବେ ।

ତେବେ ବିଗତ କିଛି ଦିନ ମଧ୍ୟରେ ମେଡିକାଲ କର୍ମକର୍ତ୍ତାଙ୍କ ଉପରେ ଯେଉଁଭଳି ଭାବେ  ଲଗାତାର ଶାରୀରିକ ଓ ଯୌନିକ ଶୋଷଣ କରାଯାଉଛି, ବିଶେଷ କରି ମହିଳା ଡାକ୍ତରଙ୍କ ପ୍ରତି ତାହାକୁ ନେଇ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖି ବିକ୍ଷୋଭ ପ୍ରଦର୍ଶନ କରିବେ । ସେମାନଙ୍କ ଦାବି ଅନୁଯାୟୀ, କେନ୍ଦ୍ର ସରକାର ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଦେଶବ୍ୟାପୀ ସୁରକ୍ଷା ଆଇନ ଲାଗୁ କରିବା ଦରକାର । ଯାହାକୁ ନେଇ ସେମାନେ ଆଜି ଜନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥିସହିତ ପୀଡିତାଙ୍କୁ ତ୍ବରାନିତ ନ୍ୟାୟ ଦାବିରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେମାନେ ମେଡିକାଲ କମ୍ୟୁନିଟିର ଅନ୍ୟମାନଙ୍କୁ ମଧ୍ୟ ବିକ୍ଷୋଭରେ ଯୋଗ ଦେବା ପାଇଁ ଆହ୍ବାନ ଦେଇଛନ୍ତି ।

Comments are closed.