Latest Odisha News

BREAKING NEWS

ଏମ୍ସ ଡାକ୍ତର ସୁଧୀର ଗୁପ୍ତାଙ୍କ ଅଡିଓ ଟେପ୍ ଭାଇରାଲ; ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ହତ୍ୟା!

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏଯାଏଁ ସମାଧାନ ହୋଇନଥିବା ବେଳେ ଏବେ ଭାଇରାଲ ହେଉଛି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଡାକ୍ତର ସୁଧୀର ଗୁପ୍ତାଙ୍କ ଏକ ପୁରୁଣା ଅଡିଓ ଟେପ୍।

“ଯେଉଁଥିରେ ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ। ଭାଇରାଲ ଅଡିଓ ଟେପ୍ ଅନୁଯାୟୀ ପ୍ରଥମେ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ବେଳର ଫଟୋ ସେ ଦେଖିଥିଲେ ସୁଶାନ୍ତଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଥିଲେ।

‘ଟାଇମ୍ସ ଅଫ୍ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ, ଲିକ୍ ହୋଇଥିବା ଅଡିଓ ଟେପରେ ଡକ୍ଟର ଗୁପ୍ତା କହିଛନ୍ତି ଯେ ଯେତେବେଳେ ପ୍ରଥମ ଫଟୋ ତାଙ୍କ ପାଖକୁ ଆସିଲା ସେତେବେଳେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା କହିଥିଲେ। ତେବେ, ପରେ ଏମ୍ସର ଫରେନସିକ୍ ପ୍ୟାନେଲର ରିପୋର୍ଟରେ କୁହାଯାଇଛି ଯେ ବେକରେ ଫାଶୀ ଲଗାଇବା କାରଣରୁ ସୁଶାନ୍ତଙ୍କର ମୃତ୍ୟୁ ଘଟିଛି ଏବଂ ଏଥିସହିତ ହତ୍ୟା ଦାବିକୁ ଖାରଜ କରାଯାଇଥିଲା।

ହେଲେ ଏହି ଅଡିଓ ଟେପ୍ ଭାଇରାଲ ହେବା ପରେ ଘଟଣା ଭିନ୍ନ ମୋଡ ନେଇପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.