Latest Odisha News

BREAKING NEWS

ମାସ ଶେଷରେ ବିବାହ କରିବେ ସିଙ୍ଗର ନେହା କକ୍କର ?

ମୁମ୍ବାଇ: ପ୍ରେମିକ ହିମାଂଶ କୋହଲିଙ୍କ ସହ ବ୍ରେକ୍‌ଅପ୍ ପରେ ଭାଙ୍ଗିପଡିଥିଲେ ନେହା କକ୍କର । ହେଲେ ନିଜକୁ ସଜାଡି ପୁଣିଥରେ ସେ ସଳଖି ଛିଡାହୋଇଥିଲେ । ସେବେଠୁ ତାଙ୍କ ନୂଆ ପ୍ରେମ କାହାଣୀ ଓ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବେ ଓ କାହାକୁ ବିବାହ କରିବେ ନେହା ? ଏହି ପ୍ରଶ୍ନ ନେହାଙ୍କ ଫ୍ୟାନଙ୍କ ମନରେ ଘୁରିବୁଲୁଥିଲାବେଳେ ଶେଷରେ ଏହାର ଉତ୍ତର ସାମ୍ନାକୁ ଆସିଛି ।

ଶୁଣିବାକୁ ମିଳିଛି ନେହା ତାଙ୍କର ବହୁ ପୁରୁଣା ବନ୍ଧୁ ରୋହନପ୍ରୀତ ସିଂଙ୍କୁ ଖୁବଶୀଘ୍ର ବିବାହ କରିବେ । ରୋହନପ୍ରୀତ ମ୍ୟୁଜିକ ରିୟାଲିଟି ସୋ’ ଇଣ୍ଡିଆସ୍ ରାଇଜିଂ ଷ୍ଟାରର ରନର୍ସଅପ୍ ହୋଇଥିଲେ । ତା ଛଡା ମୁଝସେ ଶାଦୀ କରୋଗେ ଭଳି ରିୟାଲିଟି ସୋ’ରେ ବି ତାଙ୍କୁ ଦେଖିବାକୁ ମିଳିଥିଲା ।

ନିକଟରେ ନେହା ଓ ରୋହନପ୍ରୀତ ଏକାଠି ଏକ ମ୍ୟୁଜିକ ଭିଡିଓ ରିଲିଜ କରିଥିଲେ । ଯାହାର ଥିମ ରହିଥିଲା ଲକଡାଉନରେ ମ୍ୟାରେଜ । ସେହିଭଳି ରୋହନପ୍ରୀତ ବି ନେହାଙ୍କ ସହ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦୁହେଁ ବେଶ କମ୍ଫର୍ଟେବଲ ଅନ୍ଦାଜରେ ନଜର ଆସିଥିଲେ ।

ମିଳିଥିବା ଖବର ଅନୁଯାୟୀ ଚଳିତମାସ ଶେଷ ସୁଦ୍ଧା ଦୁହିଁଙ୍କ ବିବାହ ଦିଲ୍ଲୀରେ ଅନୁଷ୍ଠିତ ହେବ । ହେଲେ କରୋନା ମହାମାରୀ ପାଇଁ ଏଥିରେ କେବଳ ବଛାବଛା ଲୋକ ସାମିଲ ହେବେ । ତେବେ ସତରେ ଏହି ବିବାହ ହେବାକୁ ଯାଉଛି ନା ମ୍ୟୁଜିକ ଭିଡିଓକୁ ପ୍ରମୋଟ୍ କରିବା ଲାଗି ଏପରି ର‌୍ୟୁମର ଉଠିଛି ?

Leave A Reply

Your email address will not be published.