Latest Odisha News

BREAKING NEWS

ଏପ୍ରିଲ ୨୫ରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ 

ଭୁବନେଶ୍ୱର: ଏପ୍ରିଲ ୨୫ରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଓପିଡି । କିଛି ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ହସ୍ପିଟାଲ ଓପିଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ହସ୍ପିଟାଲର ଓପିଡି ସାମୟିକ ଭାବେ ବନ୍ଦ ରହିବା ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ହସ୍ପିଟାଲ ପରିସରରେ କଡାକଡି ଭାବେ କୋଭିଡ୍ ପ୍ରଟୋକଲ ଫଲୋ କରାଯିବ ବୋଲି କୁହାଯାଇଛି । 
୨୫ ତାରିଖ ପୂର୍ବରୁ ଯେଉଁମାନେ ଅନଲାଇନରେ ରୋଗୀଙ୍କ ଚିକିତ୍ସା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି ସେମାନେ ହସ୍ପିଟାଲ ଆସି ସେବା ପାଇପାରିବେ । କେବଳ ଓପିଡି ବନ୍ଦ ରହିବ କିନ୍ତୁ ହସ୍ପିଟାଲରେ ଟେଲିମେଡିସିନ ସେବା ଜାରି ରହିବ । ଲୋକମାନେ ମୋବାଇଲ୍ ଆପ୍ ଜରିଆରେ ସେବା ପାଇପାରିବେ ବୋଲି ଜଣାପଡିଛି ।
Leave A Reply

Your email address will not be published.