Latest Odisha News

BREAKING NEWS

ସମ୍ପୂର୍ଣ୍ଣ ସୁସ୍ଥ ଅଛି ଜଗା, ସ୍କୁଲ ଯିବ କହିଲେ ଏମ୍‌ସ ପ୍ରଫେସର ଦୀପକ ଗୁପ୍ତା

ଫୁଲବାଣୀ: ଦିଲ୍ଲୀ ଏମ୍‌ସ ନ୍ୟୁରୋସର୍ଜନ୍‌ ପ୍ରଫେସର ଦୀପକ ଗୁପ୍ତା ଗତକାଲି (ଶନିବାର) ଫୁଲବାଣୀ ଗସ୍ତରେ ଆସି ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏଳ୍ପ ଦିନ ପରେ ଜଗା ମୁଣ୍ଡ ରେ ହେବ ଦ୍ବିତୀୟ ଅପରେସନ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ, ଜଗା ଶୀଘ୍ର ସ୍କୁଲ ଯିବ ବୋଲି ପ୍ରଫେସର ଦୀପକ ଗୁପ୍ତା କହିଛନ୍ତି ।

ଶନିବର ପ୍ରଫେସର ଡାକ୍ତର ଗୁପ୍ତା ପ୍ରଥମେ ଫୁଲବାଣୀରେ ପହଞ୍ଚି ଜଗା ରହୁଥିବା ସ୍ବତନ୍ତ୍ର କ୍ୟାବିନ କୁ ଯାଇ ଜଗା ପିନ୍ଧିଥିବା ଟୋପିକୁ କାଢି ଦେଖିଥିଲେ । ଜଗା ମୁଣ୍ଡରେ ବୋନ୍ ଫିସ ନଥିବା କହିଥିଲେ । ଏଥିପାଇଁ ପ୍ଲାଷ୍ଟିକ ସର୍ଜରୀ କରାଯିବ ଯାହା ଅବିକଳ ବୋନ୍ ପରି କାମ କରିବ । ତେବେ ବର୍ତ୍ତମାନ ଜଗା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ତାକୁ ଏବେ ସ୍କୁଲରେ ଆଡମିଶନ କରାଇବାକୁ କହିଛନ୍ତି ପ୍ରଫେସର ଦୀପକ ଗୁପ୍ତା । ଏହାସହ ସମୟ ଆସିଲେ ଜଗାର ମୁଣ୍ଡରେ ଦ୍ବିତୀୟ ଅସ୍ତ୍ରୋପଚାର କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଅଭୟ ପଟ୍ଟନାୟକଙ୍କୁ କହିଛନ୍ତି ପ୍ରଫେସର ଗୁପ୍ତା ।

ତେବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲୁପଡା ଗାଁରେ ୨୦୧୫ ରେ ଜନ୍ମ ହୋଇଥିଲେ ଜଗା-କାଳିଆ । ପରେ ୨୦୧୭ ରେ ଦିଲ୍ଲୀ ଏମ୍‌ସରେ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ୪୦ ଜଣିଆ ଟିମ୍‌ ଜଗା-କାଳିଆର ଯୋଡ଼ା ମୁଣ୍ଡକୁ ସଫଳତାର ସହ ଅଲଗା କରିଥିଲେ । ଏହି ଅସ୍ତ୍ରୋପଚାରର ସମସ୍ତ ପ୍ରକାର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ । ତେବେ ୨୫ ନଭେମ୍ବର ୨୦୨୦ ମସିହା ରେ କଟକ ବଡ଼ ଡାକ୍ତରଖାନାରେ କାଳିଆର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.