Latest Odisha News

‘ମୁସଲମାନମାନଙ୍କୁ ଭାରତରେ ଅସ୍ପୃଶ୍ୟ କରାଯାଇଛି’

ନୂଆଦିଲ୍ଲୀ: ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ମୁସଲମାନମାନଙ୍କ ସହ ଜଡିତ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ‘ମୁସଲମାନମାନଙ୍କୁ ଭାରତରେ ଅସ୍ପୃଶ୍ୟ କରାଯାଇଛି । ଉତ୍ତରାଖଣ୍ଡର ଚମୋଲିରେ ୧୫ ଜଣ ମୁସଲମାନ ପରିବାରକୁ ସାମୁହିକ ବହିଷ୍କାର କରାଯାଉଛି । ବ୍ୟବସାୟୀମାନେ ଧମକ ଦେଇଛନ୍ତି ଯେ ୩୧ ଡିସେମ୍ବର ସୁଦ୍ଧା ମୁସଲମାନମାନଙ୍କୁ ଚାମୋଲି ଛାଡିବାକୁ ପଡିବ । ଯଦି ଜମି ମାଲିକମାନେ ମୁସଲମାନମାନଙ୍କୁ ଘର ଦିଅନ୍ତି, ତେବେ ସେମାନଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

ଓୱେସି ଆହୁରି କହିଛନ୍ତି, ‘ଏହା ହେଉଛି ସମାନ ଉତ୍ତରାଖଣ୍ଡ ଯେଉଁଠାରେ ସରକାର ସମାନତା ନାମରେ ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀ କରୁଛନ୍ତି । ଚାମୋଲିର ମୁସଲମାନମାନଙ୍କର ସମାନତା ଏବଂ ସମ୍ମାନ ସହିତ ବଞ୍ଚିବାର ଅଧିକାର ନାହିଁ କି? ଯଦି ମୋଦି ଆରବ ଶେଖମାନଙ୍କୁ ଆଲିଙ୍ଗନ କରିପାରନ୍ତି, ତେବେ ସେ ଚାମୋଲିର ମୁସଲମାନମାନଙ୍କୁ ମଧ୍ୟ ଆଲିଙ୍ଗନ କରିପାରିବେ । ମୋଦି ଭାରତର ପ୍ରଧାନମନ୍ତ୍ରୀ ସାଉଦି କିମ୍ବା ଦୁବାଇର ନୁହେଁ ।

Leave A Reply

Your email address will not be published.