Latest Odisha News

BREAKING NEWS

ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକାକି ଲଢିବ ଏଆଇଏମଆଇଏମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକା ଲଢିବ ଏଆଇଏମଆଇଏମ । ଏନେଇ ଘୋଷଣା କଲେ ଦଳ ମୁଖ୍ୟ ଅସଦୁଦ୍ଦିନ ଓବେସୀ । ଏଆଇଏମଆଇଏମ, ସମାଜବାଦୀ ପାର୍ଟି (ଏସପି) ସହିତ ଏକ ଚୁକ୍ତି କରିବାକୁ ଚାହୁଁଥିଲା, କିନ୍ତୁ ଏହା ସଫଳ ନହେବାରୁ, ନିର୍ବାଚନରେ ​ଏକାକି ​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି ଦଳ ।

ଖୁବ ଶୀଘ୍ର ୨୫ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଦଳ କହିଛି । ଉତ୍ତରପ୍ରଦେଶ ପୂର୍ବରୁ ଦଳ ବିହାରରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଛି ।

ଓବେସୀ ଙ୍କ ଦଳ ଏକାକୀ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେବା ପରେ ଲୋକସଭା ନିର୍ବାଚନ ଅତ୍ୟନ୍ତ ମଜାଦାର ହେବାକୁ ଯାଉଛି । କାରଣ ରାଜ୍ୟରେ ୮୦ଟି ଲୋକସଭା ଆସନ ଅଛି । ୟୁପିରେ ମୁସଲମାନ ଜନସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଏବଂ ରାଜ୍ୟର ଅନେକ ଆସନରେ ମୁସଲମାନ ଭୋଟରଙ୍କ ସଂଖ୍ୟା ମଧ୍ୟ ବହୁତ ଭଲ ।

ଏହି କାରଣରୁ ଓବେସୀଙ୍କ ଦଳର ନଜର ଏହି ମୁସଲିମ ଭୋଟରଙ୍କ ଉପରେ ରହିଛି । ବିହାରର ମୁସଲିମ ବହୁଳ ସିମାଞ୍ଚଳ ଅଞ୍ଚଳରେ ବିଜୟର ସ୍ୱାଦ ଚାଖିଥିବା ଏଆଇଏମଆଇଏମ ମଧ୍ୟ ୟୁପିରେ ସମାନ ଆଶା ରଖିଛି ।

Leave A Reply

Your email address will not be published.