Latest Odisha News

ମାଲକାନଗିରିରୁ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ମାଲକାନଗିରି: ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା । ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାର ପ୍ରଥମ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ମାଲକାନଗିରିରୁ ଶୁଭାରମ୍ଭ କରିବା ପରେ ଏବେ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବାକୁ ଯାଉଛନ୍ତି ।

ଉପାନ୍ତ ଜିଲ୍ଲାର ମାନ୍ୟତା ପାଇଛି ମାଲକାନଗିରି । ଏଠାକାର ଲୋକଙ୍କ ସ୍ୱାସ୍ଥ୍ୟସେବା ସୁଧାରିବା ଲାଗି କଟକସ୍ଥିତ ଏସସିବି ମେଡ଼ିକାଲରେ କାର୍ଯ୍ୟରତ ସୁପର କାର୍ଡ଼ିୟୋଲୋଜି, ଗେଷ୍ଟନଲୋଜି ଓ ୟୁରୋଲୋଜି ବିଭାଗର ସ୍ପେଶାଲ ଡ଼ାକ୍ତରଙ୍କ ସହ ସର୍ଜେଣ୍ଟମାନେ ଆସି ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବେ । ପୂର୍ବରୁ ଅତି ଗୁରୁତର ରୋଗୀଙ୍କୁ ବିଶାଖାପାଟଣା କିମ୍ବା କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରିବା ଲାଗି ୧୦ରୁ ୧୨ଘଣ୍ଟା ସମୟ ଲାଗୁଥିଲା ।

ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ଏୟାର ଆମ୍ବୁଲାନ୍ସର ସୁବିଧା କରିବା ଲାଗି ଚିନ୍ତା କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ କମିଟି ମାଲକାନଗିରି ଆସି ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି ।

Comments are closed.