Latest Odisha News

BREAKING NEWS

ଗୋଟିଏ ଦିନରେ କେରଳରେ ୨ ନେତାଙ୍କୁ ହତ୍ୟା, ୧୪୪ ଧାରା ଜାରୀ

ଥିରୁଭାନନ୍ତପୁରମ: କେରଳରେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଆଲାପ୍ପୁଝାରେ ବିଜେପି ନେତା ଓ ଓବିସି ମୋର୍ଚ୍ଚାର ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ଘର ନିକଟରେ ହତ୍ୟା କରାଯାଇଛି । ପୂର୍ବରୁ ଏସଡିପିଆଇ ନେତା ଶାନ କେଏସଙ୍କୁ ଅଜଣା ଆକ୍ରମଣକାରୀ ହତ୍ୟା କରିଥିଲେ । ସୁରକ୍ଷା ଦୃଷ୍ଟି କୋଣରୁ ଜିଲ୍ଲାରେ ୧୪୪ ଧାରା ଜାରୀ କରାଯାଇଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୧ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲାପାଳ ଏ.ସିକନ୍ଦର ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ହିଂସାକାଣ୍ଡ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ କେରଳରେ ରାଜନୈତିକ ହିଂସା ନେଇ ବିଭିନ୍ନ ମହଲରେ ଚିନ୍ତା ବ୍ୟକ୍ତ କରାଯାଇଥିଲା ।

Leave A Reply

Your email address will not be published.