Latest Odisha News

BREAKING NEWS

‘ଏୟାର ଏସିଆ’ ବିମାନଯାତ୍ରୀଙ୍କ ୧୨ ଘଣ୍ଟା ବିନା ଖାଦ୍ୟରେ ଯାତ୍ରା !

ଭୁବନେଶ୍ୱର: ଭୁବନେଶ୍ୱର ଆସୁଥିବା ଏୟାର ଏସିଆର ଏକ ବିମାନରେ ଯାତ୍ରୀମାନେ ଦୀର୍ଘ ୧୨ ଘଣ୍ଟା ଧରି କୌଣସି ଖାଦ୍ୟ ଖାଇ ପାରିନଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଏୟାର ଏସିଆର ଏଫଡ଼ି-୧୧୨ ବିମାନ ବୁଧବାର ଦିନ ୧୫୦ ଜଣ ଯାତ୍ରୀଙ୍କୁ ନେଇ ବ୍ୟାଙ୍ଗକକରୁ ଭୁବନେଶ୍ୱର ଆସୁଥିଲା । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ସକାଳେ ଘନ କୁହୁଡ଼ି ଥିବା ହେତୁ କୋଲକାତା ବିମାନ ବନ୍ଦରକୁ ଯାଇଥିଲା ।

ବିମାନଟି ବିମାନବନ୍ଦରରେ ପହଞ୍ଚିବା ପରେ, ଯାତ୍ରୀମାନଙ୍କୁ ବିମାନ ମଧ୍ୟରେ ବସିରହିବାକୁ କୁହାଯାଇଥିଲା । ସମସ୍ତ ଯାତ୍ରୀ ଦୀର୍ଘ ୨ ଘଣ୍ଟା ଧରି ବିମାନରେ ବସିରହିଥିଲେ । ପରେ ବିମାନ ପରିଚାରକମାନେ ଯାତ୍ରୀମାନଙ୍କୁ ଭୁବନେଶ୍ୱରରେ ପାଣିପାଗ ଠିକ୍ ହେବାପରେ ବିମାନ ଛାଡ଼ିବାକୁ କହି ବିମାନବନ୍ଦର ଲାଉଞ୍ଚରେ ବସିରହିବାକୁ କହିଥିଲେ ।

ଏପର୍ଯ୍ୟନ୍ତ ଭୁବନେଶ୍ୱରକୁ ବିମାନ ଚଳାଚଳ ସମ୍ପର୍କରେ ସ୍ପଷ୍ଟ କରିନଥିବା ସହିତ ମଙ୍ଗଳବାର ଅପରାହ୍ନରୁ କୌଣସି ଭୋଜନ ଦିଆଯାଇନାହିଁ ବୋଲି ଗଣମାଧ୍ୟମକୁ ଉତ୍ତେଜିତ ଯାତ୍ରୀମାନେ ଅଭିଯୋଗ କରି କହିଛନ୍ତି ।

Leave A Reply

Your email address will not be published.