Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କଲା ଭାରତ

ନାପିଏର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟି ଟିକିଆ ଦିନିକିଆ ଶୃଙ୍ଖଳାରେ ବୁଧବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିରାଟ ବାହିନୀ ଘରୋଇ ଦଳକୁ ୮ ୱିକେଟରେ ପରାସ୍ତ କରିଛି । ନିର୍ଦ୍ଧାରିତ ୫୦ ଓଭର ମ୍ୟାଚରେ କିୱି ଦଳର ୧୫୭ ରନର ଲକ୍ଷ୍ୟକୁ ଖରାପ ପାଗ ବାଧାପ୍ରାପ୍ତ ଯୋଗୁଁ ଭାରତ ସାମ୍ନାରେ ୧୫୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଭାରତ ୪୩.୪ ଓଭରରେ ୨ଟି ୱିକେଟ ହରାଇ ୧୫୬ ରନ କରି ମ୍ୟାଚରେ ବିଜୟୀ ହୋଇଥିଲା ।

ଖରାପ ପାଗ ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ବିଳମ୍ବରେ ଖେଳ ପୁନର୍ବାର ଆରମ୍ଭ ହେବା ପରେ ଭାରତ ଲାଗି ଏକ ଓଭର କମ୍ କରି ୧୫୬ ରନ କରିବାକୁ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଦଳ ପକ୍ଷରୁ ଶିଖର ଧାୱନ ୭୫ ରନ, ବିରାଟ କୋହଲୀ ୪୫ ରନ ଏବଂ ଆମ୍ବାତି ରାୟଡୁ ୧୩ ରନ କରି ଶିଖରଙ୍କ ସହିତ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ । ରୋହିତ ଶର୍ମା ମାତ୍ର ୧୧ ରନ କରିପାରିଥିଲେ ।

ଭାରତ ପକ୍ଷରୁ ସର୍ବାଧିକ ରନ କରିଥିବା ଶିଖର ଧାୱନଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଘୋଷିତ ହୋଇଥିଲେ ।

ଅଷ୍ଟ୍ରେଲିଆ ନିକଟରୁ ଐତିହାସିକ ସିରିଜ ବିଜୟ ପରେ ବିରାଟ ବାହିନୀ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଏହି ମ୍ୟାଚ ଖେଳିଥିଲା । ବିଶ୍ୱର ଶକ୍ତିଶାଳୀ କ୍ରିକେଟ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚମତ୍କାର କ୍ରିକେଟ ପ୍ରଦର୍ଶନ କରିପାରିଛି ଭାରତ । ଏହି ସିରିଜର ୨ୟ ଦିନିକିଆ ଆସନ୍ତା ୨୬ ତାରିଖରେ ମାଉଣ୍ଟ ମୋଙ୍ଗୁନିରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.