Latest Odisha News

BREAKING NEWS

୯୧ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ପରାକ୍ରମ: ଆଜି ଲୋକାର୍ପିତ ହେବ IAFର ନୂଆ ପତାକା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଇଏଏଫ୍ ଏହାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଆଜି ପ୍ରୟାଗରାଜରେ ବାର୍ଷିକ ବାୟୁସେନା ଦିବସ ପରେଡରେ ନିଜର ନୂତନ ପତାକା ଉନ୍ମୋଚନ କରିବ। ଏକ ବର୍ଷ ପୂର୍ବରୁ ଭାରତୀୟ ନୌସେନା ନିଜର ଔପନିବେଶ ଅତୀତକୁ ଛାଡି ପତାକା ପରିବର୍ତ୍ତନ କରିଥିଲା ।  ଏବେ ପୁଣି ଥରେ ଦୀର୍ଘ ୧ ବର୍ଷ ପରେ ଭାରତୀୟ ବାୟୁସେନା  ଏକ ନୂଆ ପତାକାକୁ ଆପଣାଇବାକୁ ନିଷ୍ପତ୍ତି ନେଇଛି । ଏ ନେଇ ପ୍ରତିରକ୍ଷା ବିଭାଗର ଜନସମ୍ପର୍କ ଅଧିକାରୀ ଗ୍ରୃପ୍ କ୍ୟାପଟେନ ସମୀର ଗଙ୍ଗାଖେଡକର କହିଛନ୍ତି ଯେ ଅକ୍ଟୋବର ୮ ଅର୍ଥାତ୍ ଆଜି ବାୟୁସେନା ଦିବସ ଅବସରରେ ବାୟୁସେନା ମୁଖ୍ୟ ବି ଆର୍ ଚୌଧୁରୀ ନୂତନ ବାୟୁସେନା ପତାକା ଉନ୍ମୋଚନ କରିବେ।

୨୦୨୩ ଅକ୍ଟୋବର ୮ ତାରିଖ  ତାରିଖ ଭାରତୀୟ ବାୟୁସେନା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ ଭାବେ ଯୋଡିହେବ । ଚଳିତ ବର୍ଷ ବାୟୁସେନା ଏହାର ପ୍ରତିଷ୍ଠା ହେବାର ୯୧ତମ ବର୍ଷ ପୂରଣ କରୁଛି । ଯାହାକୁ ସ୍ମରଣ କରିବା ପାଇଁ ଆଜି ସଙ୍ଗମ ଅଞ୍ଚଳରେ ଏକ  ଏୟାର ସୋ ଆୟୋଜନ କରାଯାଉଛି ।  ଯେଉଁଥିରେ ଚିନୁକ୍, ଚେତକ, ଜଗୁଆର, ଅପାଚେ, ରାଫେଲ ସମେତ ବହୁ ବିମାନ ନିଜର କଳାକୌଶଳ ପ୍ରଦର୍ଶନ କରିବେ । ନୂତନ ପତାକାର  ଉପରେ ଦକ୍ଷିଣ କୋଣରେ ଭାରତୀୟ ବାୟୁସେନା ପ୍ରତୀକ ରହିବ  । ୧୯୩୨ ମସିହା ଅକ୍ଟୋବର  ୮  ତାରିଖରେ ବାୟୁସେନା ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହୋଇଥିଲା ।

Comments are closed.