ଢ଼ାକା: ବାଂଲାଦେଶ ବାୟୁସେନାର FT-7BGI ଲଢ଼ୁଆ ବିମାନ ସୋମବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏହି ବିମାନଟି ଢାକାର ଏକ କଲେଜ କୋଠାରେ କ୍ରାଶ ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଙ୍କ ମୃତ୍ୟୁ ନେଇ ଆଶଙ୍କା କରାଯାଉଛି।
ତେବେ ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଲଢ଼ୁଆ ବିମାନଟି ବାଂଲାଦେଶରେ ଚୀନ୍ ଦ୍ୱାରା ନିର୍ମିତ। ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି।
ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ, ବାୟୁସେନାର FT-7BGI ଏକ ଟ୍ରେନିଂ ବିମାନ। ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁଯାୟୀ, ଲଢ଼ୁଆ ବିମାନଟି ଅପରାହ୍ନ ୧ଟା ୬ ରେ ଉଡ଼ାଣ ଭରିଥିଲା ଏବଂ ଅପରାହ୍ନ ୧ଟା ୩୦ ସୁଦ୍ଧା ଏହା ଦୁର୍ଘଟଣାର ଶିକାର ହୋଇଥିଲା। ହଜରତ ଶାହଜାହାନ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଏହି ଦୁର୍ଘଟଣାକୁ ସ୍ପଷ୍ଟ କରିଛନ୍ତି।
ବାଂଲାଦେଶ ବାୟୁସେନାର ଏହି ଲଢ଼ୁଆ ବିମାନ ଢାକାର ଉତ୍ତରରେ ଅବସ୍ଥିତ ମାଇଲଷ୍ଟୋର୍ କଲେଜ କ୍ୟାମ୍ପସରେ ଖସି ପଡ଼ିଥିଲା। ତେବେ ଦୁର୍ଘଟଣା ସମୟରେ ଛାତ୍ରମାନେ କଲେଜରେ ଉପସ୍ଥିତ ଥିଲେ।
Comments are closed.