Latest Odisha News

ମାର୍ଚ୍ଚରେ ବିକ୍ରି ହେବ ‘ବିପିସିଏଲ’ ଓ ‘ଏୟାର ଇଣ୍ଡିଆ’: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିକ୍ରି ହେବା ନେଇ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ।

ଆର୍ଥିକ କ୍ଷତିରୁ ମୁକୁଳିବା ପାଇଁ ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ଚାହୁଁଛନ୍ତି ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ତେବେ ଏହି ଦୁଇ କମ୍ପାନୀକୁ ବିକ୍ରି କରାଗଲେ ଚଳିତ ଆର୍ଥିକ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ଲାଭ ମିଳିବ ବୋଲି ନିର୍ମଳା ପ୍ରକାଶ କରିଛନ୍ତି । ଦେଶକୁ ଆର୍ଥିକ ସଂକଟାବସ୍ଥାରୁ ରକ୍ଷା କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଗତବର୍ଷ ନିବେଶକ ମାନେ ଏୟାର ଇଣ୍ଡିଆକୁ କିଣିବାକୁ ସେତେଟା ଆଗ୍ରହ ପ୍ରକାଶ କରି ନଥିବା ବେଳେ ଚାଳିତଥର ଏହାର ବିକ୍ରି ପ୍ରକ୍ରିୟା ଆରମ୍ଭ କରାଯିବା ପୂର୍ବରୁ ନିବେଶକମାନଙ୍କ ଭିତରେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିବା ନିର୍ମଳା କହିଛନ୍ତି।

Comments are closed.