Latest Odisha News

BREAKING NEWS

ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଭାବେ ଦିଲ୍ଲୀ ରହିଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ଏହାର ପ୍ରଦୂଷଣ ସ୍ତର ତଥା ଏୟାର୍ କ୍ୱାଲିଟି ଇଣ୍ଡେକ୍ସ୍ ୫୫୨ (ଏକ୍ୟୁଆଇ) ରେକର୍ଡ କରାଯାଇଥିଲା ।

ସିଷ୍ଟମ୍ ଅଫ୍ ଏୟାର୍ କ୍ୱାଲିଟି ଆଣ୍ଡ୍ ୱେଦର ଫୋରକାଷ୍ଟିଂ ଆଣ୍ଡ୍ ରିସର୍ଚ୍ଚ (ଏସଏଏଫଏଆର୍) ଅନୁସାରେ ୧୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ଅନ୍ୟ ୨ଟି ସହର ଯଥା-କୋଲକାତା(୫) ଓ ମୁମ୍ବାଇ (୯ମ) ରହିଛି । ଆହୁରି ମଧ୍ୟ କୋଲକାତାର ଏକ୍ୟୁଆଇ ରିଡିଂ ୧୬୧ ଥିବାବେଳେ ମୁମ୍ବାଇ ୧୫୩ ରହିଛି ।

ସେହିପରି ର‌୍ୟାକିଂରେ ପାକିସ୍ତାନର ଲାହୋର୍ ଦ୍ୱିତୀୟ ସ୍ଥାନ (୨୩୪ ଆଇକ୍ୟୁ) ଓ ତାସକେଣ୍ଟ ତୃତୀୟ ସ୍ଥାନ (୧୮୫ ଆଇକ୍ୟୁ)ରେ ରହିଛି ।

ସ୍କାଇମେଣ୍ଟ୍ ଏଜେନ୍ସି ଅନୁସାରେ, ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଲଗାତାର ୯ ଦିନ ହେବ ଭୟଙ୍କର ପରିସ୍ଥିତିରେ ରହିଛି ।

ବାୟୁମଣ୍ଡଳର ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବାକୁ ଯାଇ ଦିଲ୍ଲୀରେ ଅଡ୍ ଓ ଇଭେନ୍ ଗାଡି ଚଳାଚଳ ଉପରେ ଗୁରୁତ୍ୱାରୋପ କରିଛନ୍ତି ସରକାର ।

Leave A Reply

Your email address will not be published.