ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଲା ଟାଟା ଗ୍ରୁପର ଏୟାର ଇଣ୍ଡିଆ। ବିଶ୍ୱର ବୃହତ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ହେବା ଦୌଡ଼ରେ ଏୟାର ଇଣ୍ଡିଆ। ବିମାନ ସେବା ବିସ୍ତାର କରିବାକୁ ଫ୍ରାନ୍ସ ଓ ଆମେରିକା ସହ ବଡ଼ ଡିଲ୍। ୪୭୦ ଯାତ୍ରୀବାହୀ ବିମାନ କିଣିବାକୁ ଚୁକ୍ତି ସ୍ୱାକ୍ଷର କଲା କମ୍ପାନୀ।
ଫ୍ରାନ୍ସ ଏୟାରବସ୍ ଓ ଆମେରିକାର ବିମାନ ନିର୍ମାତା କମ୍ପାନୀ ବୋଇଂକୁ ୪୭୦ ବିମାନ କିଣିବାକୁ ଅର୍ଡର ଦେଇଛି ଏୟାର ଇଣ୍ଡିଆ। ବାଣିଜ୍ୟିକ ବିମାନ ଇତିହାସରେ ଏହା ସବୁଠାରୁ ବଡ଼ ଚୁକ୍ତି ବୋଲି କୁହାଯାଉଛି। ଏହି ଚୁକ୍ତି ଅନୁସାରେ, ଏୟାର ଇଣ୍ଡିଆ ଫ୍ରାନ୍ସ ଠାରୁ ୨୫୦ ଏୟାର ବସ୍ ଏୟାରକ୍ରାଫ୍ଟ ଓ ୨୨୦ ବୋଇଂ ପ୍ଲେନ୍ କିଣିବାକୁ ଅର୍ଡର ଦେଇଛି। ପାଖାପାଖି ୮୫ ବିଲିୟନ ଖର୍ଚ୍ଚରେ ଏହି ଡିଲ୍ କରାଯାଇଛି ବୋଲି ସୂଚନା ମିଳିଛି।
Ready to take off with 20 Boeing 787s and 10 Boeing 777-9s widebody aircraft, and 190 Boeing 737 MAX single-aisle aircraft. The B777/787s will be powered by GE Aerospace and B737 Max by CFM International#ReadyForMore @BoeingAirplanes @GE_Aerospace @GEIndia @CFM_engines
— Air India (@airindiain) February 14, 2023
ଏନେଇ ଗତକାଲି ଆମେରିକା ରଷ୍ଟ୍ରପତି ଜୋ ବାଇଡେନ୍ ଖୁସୀ ବ୍ୟକ୍ତ କରିଥିଲେ। ବୋଇଂ ଠାରୁ ୨୦୦ ଏୟାରକ୍ରାଫ୍ଟ କିଣିବା ଟାଟା ସହ ଏକ ଐତିହାସିକ ନିଷ୍ପତ୍ତି। ଏଥିରେ ଆମେରିକାର ୪୪ଟି ରାଜ୍ୟରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ। ଏଥିପାଇଁ ଅନେକ ଲୋକଙ୍କୁ ୪ ବର୍ଷର କଲେଜ୍ ଡିଗ୍ରୀର ଆବଶ୍ୟକ ବି ପଡ଼ିବନି ବୋଲି ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଥିଲା। ଏଥିରେ ଆହୁରି ମଧ୍ୟ କୁହାଯାଉଥିଲା ଯେ ନାଗରିକଙ୍କ ପାଇଁ ଭାରତ ଓ ଆମେରିକା ବିଶ୍ୱ ସ୍ତରରେ ଦେଖାଯାଉଥିବା ଆହ୍ୱାନକୁ ଦୂର କରିବାକୁ ଚାହୁଁଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ମୋଦୀ ସହ ମିଶି ଦୁଇ ଦେଶର ଭାଗିଦାରୀତାକୁ ଆହୁରି ଅଧିକ ମଜଭୁତ କରିବାକୁ ଚାହିଁବୁ ବୋଲି ଡୋ ବାଇଡେନ୍ କହିଥିଲେ।
ମିଳିଥିବା ରିପୋର୍ଟ ଅନୁସାରେ, ଏୟାର ଇଣ୍ଡିଆ ଆମେରିକା କମ୍ପାନୀ ବୋଇଂ ଠାରୁ ୩୪ ବିଲିୟନ ଖର୍ଚ୍ଚରେ ୨୨୦ ବିମାନ କିଣୁଥିବା ବେଳେ ୭୦ ଅତିରିକ୍ତ ଏୟାରକ୍ରାଫ୍ଟ କିଣିବ। ଏଥିପାଇଁ ମୋଟ ୪୫.୯ ବିଲିୟନ ଆମେରିକୀୟ ଡଲାର ଡିଲ୍ ହୋଇଛି।
Glad to speak with @POTUS @JoeBiden. Excellent discussion to review the ongoing and new initiatives to further deepen India-US Comprehensive and Global Partnership. We welcome the landmark @airindiain–@Boeing agreement which will help create new opportunities in both countries.
— Narendra Modi (@narendramodi) February 14, 2023
ସେହିପରି ଏୟାର ଫ୍ରାନ୍ସ କମ୍ପାନୀ ଏୟାରବସ୍ ଠାରୁ ଏୟାର ଇଣ୍ଡିଆ ୪୦ଟି ଓସାରିଆ ଏ୩୫୦ ବିମାନ ଏବଂ ୨୧୦ ଅଣଓସାରିଆ ଏୟାରକ୍ରାଫ୍ଟ ଯଥା 140 A320 ଏବଂ and 70 A321neo କିଣିବାକୁ ଚୁକ୍ତି କରିଛି। ଓସିଆରି ବିମାନଗୁଡ଼ିକୁ କମ୍ପାନୀ ଦୂରଗାମୀ ଯାତ୍ରା ଭାବରେ ବ୍ୟବହାର କରିବ ବୋଲି ସୂଚନା ମିଳିଛି।
ଏନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମଧ୍ୟକ ଡିଲ୍କୁ ସ୍ୱାଗ ତରିବା ସହ ଐତିହାସିକ କହିଛନ୍ତି। ଫ୍ରାନ୍ସ ଉପରେ ବିଶ୍ୱାସ ସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ମାକ୍ରୋନ୍। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଚୁକ୍ତିକୁ ସ୍ୱାଗତ କରି ଟ୍ୱିଟ୍ କରିଛନ୍ତି।
.@airindiain is #ReadyForMore! Congratulations on your selection of 190 737 MAXs, including 737-8 and 737-10, 20 787-9 #Dreamliner(s), and 10 777-9s.
With options for 70 more Boeing jets, you are well on your way.
pic.twitter.com/UIfYU1tB6m
— Boeing Airplanes (@BoeingAirplanes) February 14, 2023
ସୂଚନା ଥାଉକି, ଗତବର୍ଷ ଜାନୁଆରୀ ୨୭ ତାରିଖରେ ଟାଟା ଗ୍ରୁପ୍ ଭାରତ ସରକାରଙ୍କ ଠାରୁ ଏୟାର ଇଣ୍ଡିଆକୁ ୧୮୦୦୦ କୋଟି ଟଙ୍କାରେ କିଣିଥିଲା। ଏହାପରେ କମ୍ପାନୀ ଏୟାର୍ଲାଇନ୍ର ୧୦୦ ପ୍ରତିଶତ ଅଂଶଧନ ଅକ୍ତିଆର କରିଥିଲା।
Comments are closed.