Latest Odisha News

BREAKING NEWS

ISIS ସମର୍ଥନକାରୀଙ୍କୁ ଖୋଜୁଛି NIA; କେରଳ ଓ ତାମିଲନାଡୁରେ ୬୦ରୁ ଅଧିକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ଭାରତରେ ରହି ଆତଙ୍କବାଦୀ ସଂଗଠନ ISISକୁ ବଳ ଦେଉଥିବା ଅପରାଧିଙ୍କୁ ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । ଏଥିପାଇଁ ତାମିଲନାଡୁରେ ଏବଂ କେରଳରେ ଚଢ଼ାଉ  ଜାରି ରହିଛି। ISIS ଭିଡିଓ ଜାରି କରି ଏମାନଙ୍କୁ ସଂଗଠନରେ ସାମିଲ୍ ହେବାକୁ ମତାଇଛି। ତେଣୁ ସେମାନଙ୍କୁ ଗିରଫ କରିବାକୁ ଏନ୍‌ଆଇଏ ଚଢ଼ାଉ ଜାରି ରଖିଛି।

ନିକଟରେ କୋଏମ୍ବାତୁରରେ ହୋଇଥିବା କାର୍ ସିଲିଣ୍ଡର ବିସ୍ଫୋରଣ ମାମଲାରେ ସମ୍ପୃକ୍ତି ନେଇ ତାମିଲନାଡୁରେ ଚଢ଼ାଉ ହୋଇଛି। ସେହିପରି କର୍ଣ୍ଣାଟକର ୪୫ ଟି ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି।

ଭାରତରେ ଦକ୍ଷିଣ ରାଜ୍ୟଗୁଡିକରେ ISIS ଆତଙ୍କବାଦୀ ସଂଗଠରନ ଚେର ଭିଡିବାରେ ଲାଗିଛି। ବିଭିନ୍ନ ଉସ୍‌କାଇଲା ଭଳି ଭିଡିଓ ସୃଷ୍ଟି କରି ଯୁବବର୍ଗକୁ ଫସାଇ ସଂଗଠନରେ ସାମିଲ୍ କରାଉଛି। ଏନେଇ ଗୁଇନ୍ଦା ଖବର ମିଳିବା ପରେ ଯୋଜନା ମୁତାବକ ଦୁଇ ରାଜ୍ୟରେ ପଖାପାଖି ୬୫ଟି ସ୍ଥାନରେ ଚଢାଉ କରିଛି ଏନ୍‌ଆଇଏ। ତେବେ ବର୍ତ୍ତମାନ ସୁଧା  ଏହି ଘଟଣାରେ କାହାକୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି।

Leave A Reply

Your email address will not be published.