Latest Odisha News

ଢାକାକୁ ପୁନଃ ଉଡାଣ ଆରମ୍ଭ କଲା ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳୁଛି ଏହି ସୁବିଧା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଅଗଷ୍ଟ ୬ ଅର୍ଥାତ୍ ଆଜି ଠାରୁ ଦିଲ୍ଲୀ-ଢାକା-ଦିଲ୍ଲୀ ସେକ୍ଟରରୁ ଏହାର ସନ୍ଧ୍ୟା ବିମାନ ଏଆଇ୨୩୭/୨୩୮ ଉଡାଣ ଆରମ୍ଭ କରିଛି । ଏଥିସହ, ଢାକାରେ ବର୍ତ୍ତମାନର ପରିସ୍ଥିତି ହେତୁ ଏୟାର ଇଣ୍ଡିଆ ଅଗଷ୍ଟ ୪ ରୁ ୭ ମଧ୍ୟରେ ଢାକା ରୁ ଆସିବାକୁ ଥିବା ସମସ୍ତ ଏୟାର ଇଣ୍ଡିଆ ବିମାନ ଯାତ୍ରା ସ୍ଥଗିତ ରଖିଛି ।

ଏହା ବ୍ୟତୀତ ଏୟାର ଇଣ୍ଡିଆ ମଧ୍ୟ ଯାତ୍ରୀମାନଙ୍କୁ ସେମାନଙ୍କର ଟିକେଟ୍ ପୁନଃ ନିର୍ଦ୍ଧାରଣ କରିବାର ବିକଳ୍ପ ଦେଉଛି । ଏହି ରିହାତି ଅଗଷ୍ଟ ୪ ରୁ ୭ ମଧ୍ୟରେ ଢାକା ରୁ ଯିବା ଆସିବା ସମସ୍ତ ଏୟାର ଇଣ୍ଡିଆ ବିମାନରେ ଲାଗୁ ହେବ । ଏହି ସୁବିଧା ପାଇଁ ଯୋଗ୍ୟ ସେହି ଯାତ୍ରୀମାନେ ହେବେ ଯେଉଁମାନେ ଅଗଷ୍ଟ ୫ କିମ୍ବା ତା ପୂର୍ବରୁ ଟିକେଟ୍ ବୁକ୍ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ବାଂଲାଦେଶରେ ଅଶାନ୍ତି ବୃଦ୍ଧି ପାଇବା ପରେ ଏୟାର ଇଣ୍ଡିଆ ଢାକା ରୁ ବିମାନ ଉଡ଼ାଣକୁ ବାତିଲ କରିଦେଇଥିଲା । ଏନେଇ ଏୟାର ଇଣ୍ଡିଆ ‘ଏକ୍ସ’ ରେ ଟ୍ୱିଟ୍ କରି ସୂଚନା ଦେଇଥିଲା ।

Comments are closed.