Latest Odisha News

BREAKING NEWS

ବିମାନବନ୍ଦରରେ ଗୁଣ୍ଡାଗର୍ଦ୍ଦି, ପାଇଲଟଙ୍କ ମାଡରେ ଯାତ୍ରୀ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ପାଇଲଟଙ୍କ ଗୁଣ୍ଡାଗର୍ଦ୍ଦି। ପାଇଲଟ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିମାନବନ୍ଦରର ଟର୍ମିନାଲ ୧ ରେ ଅଙ୍କିତ ଦିୱାନ ନାମକ ଜଣେ ଯାତ୍ରୀ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଅଙ୍କିତ ଦିୱାନଙ୍କ ଅଭିଯୋଗ ଅନୁଯାୟୀ, ପାଇଲଟ କ୍ୟାପ୍ଟେନ ବୀରେନ୍ଦ୍ର ତାଙ୍କ ସହିତ କେବଳ ଖରାପ ବ୍ୟବହାର କରିନଥିଲେ ବରଂ ତାଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ। ଯାହା ଫଳରେ ସେ ଗୁରୁତର ଆହତ ହୋଇ ଲହୁଲୁହାଣ ହୋଇଛନ୍ତି।

ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ପ୍ରକାଶ ପାଇବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ତାଙ୍କ ୭ ବର୍ଷର ଝିଅ ଏବେ ବି ଭୟଭୀତ ଅଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA), ଏୟାର ଇଣ୍ଡିଆ ଏବଂ ଦିଲ୍ଲୀ ପୋଲିସକୁ ଟ୍ୟାଗ୍ କରି ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଛନ୍ତି ଅଙ୍କିତ। ସେ ପାଇଲଟଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଘଟଣା ପରେ, ବିମାନ କମ୍ପାନୀ ଅଭିଯୁକ୍ତ ପାଇଲଟଙ୍କୁ ତଦନ୍ତ ପର୍ଯ୍ୟନ୍ତ ନିଲମ୍ବିତ କରିଛି।

ପୀଡିତ କହିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ପରିବାରକୁ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ସୁରକ୍ଷା ଚେକପଏଣ୍ଟ ବ୍ୟବହାର କରିବାକୁ କୁହାଯାଇଥିଲା କାରଣ ସେମାନଙ୍କର ଏକ ଷ୍ଟ୍ରୋଲରରେ ଏକ ୪ ମାସର ଶିଶୁ ଥିଲା। ଷ୍ଟାଫମାନେ ତାଙ୍କ ଆଗରେ ଥିବା ଲାଇନ୍ ଭାଙ୍ଗି ଯାଉଥିଲେ। ଯେତେବେଳେ ସେ ଏହାର ବିରୋଧ କଲେ, କ୍ୟାପ୍ଟେନ ବୀରେନ୍ଦ୍ର ସେଜପାଲଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। କ୍ୟାପଟେନ୍ ଚିତ୍କାର କରି କହିଥିଲେ, “ତୁମେ କ’ଣ ଅଶିକ୍ଷିତ? ତୁମେ କ’ଣ ଏହି ପ୍ରବେଶ ଦ୍ବାର କର୍ମଚାରୀଙ୍କ ପାଇଁ ବୋଲି ଲେଖାଥିବା ଫଳକଟି ପଢ଼ିନାହଁ କି?” ତା’ପରେ ପାଇଲଟ୍ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ଦେଇଛନ୍ତି।

ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଏ ନେଇ ଏକ ବିବୃତ୍ତି ଜାରି କରିଛି। ଏୟାରଲାଇନ୍ସ, “ଆମେ ଏପରି ଆଚରଣକୁ ଦୃଢ଼ ନିନ୍ଦା କରୁଛୁ। ତଦନ୍ତ ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟକାରୀ ଦାୟିତ୍ୱରୁ ବହିଷ୍କାର କରାଯାଇଛି। ତଦନ୍ତର ଫଳାଫଳ ଆଧାରରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Leave A Reply

Your email address will not be published.