Latest Odisha News

ତାଲିବାନ କବଳରେ ଆଫଗାନିସ୍ତାନ, ଭାରତ ଫେରିଲେ ୧୨୯ ନାଗରିକ

ନୂଆଦିଲ୍ଲୀ : ତାଲିବାନ କବଜାକୁ ଯାଇଛି ଆଫଗାନିସ୍ତାନ ରାଜଧାନୀ କାବୁଲ । ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର ପାଇଁ ଚାଲିଛି ପ୍ରକ୍ରିୟା । ତାଲିବାନ ଶକ୍ତି ସାମ୍ନାରେ ହାର ମାନିଛି ଦେଶର ସେନା । ତାଲିବାନୀଙ୍କ କବଜାକୁ ଆଫଗାନିସ୍ତାନ ଯିବା ପରେ ନିଜ ନାଗରିକ ଓ ଅଧିକାରୀଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ପ୍ରାୟସ ଚଳାଇଛି ଭାରତ ।

କାବୁଲ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଫ୍ଲାଇଟର ସୁରକ୍ଷା ଓ ବୋର୍ଡିଂ ପ୍ରକ୍ରିୟା ପୁରା ହୋଇଯାଇଛି । ସୂଚନା ଅନୁଯାୟୀ, ୧୨୯ ଭାରତୀୟ ନାଗରିକଙ୍କୁ ନେଇ କାବୁଲ ବିମାନବନ୍ଦରରୁ ଏୟାର ଇଣ୍ଡିଆ ବିମାନରେ ଭାରତ ଫେରାଇ ଅଣାଯାଇଛି । ଏହାପୂର୍ବରୁ ଦିଲ୍ଲୀ -କାବୁଲ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ଆଫଗାନିସ୍ତାନ ଅଭିମୁଖେ ଉଡାଣ ଭରିଥିଲା । ଆଫଗାନିସ୍ତାନରେ ଲ୍ୟାଣ୍ଡ୍‌ କରିବା ପୂର୍ବରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଆକାଶରେ ଅଟକାଇ ରଖିବାକୁ ପଡିଥିଲା । କାବୁଲରୁ ଭାରତୀୟ ନାଗରିକଙ୍କୁ ନେଇ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଦିଲ୍ଲୀରେ ପହଞ୍ଚିଛି । କାନ୍ଦାହାର ଓ ମଜାର-ଏ-ସରିଫ ଦୁଇଟି ବଡ ସହରର ବାଣିଜ୍ୟ ଦୂତାବାସକୁ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରି ସମସ୍ତ ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଫେରାଇ ଅଣାଯାଉଛି । ତାଲିବାନ ଆଫଗାନିସ୍ତାନ ଦଖଲ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବା ପରେ ସେଠାରେ ରହୁଥିବା ଭାରତୀୟମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.