Latest Odisha News

BREAKING NEWS

ଦେଶ ଛାଡ଼ି ପଳାଇଲେ ଆଫଗାନିସ୍ତାନ ରାଷ୍ଟ୍ରପତି

କାବୁଲ: ପୁଣି ତାଲିବାନ ହାତରେ ଆଫଗାନିସ୍ତାନ ଶାସନ। କାବୁଲ ଦଖଲ କରିଛନ୍ତି ତାଲିବାନୀ । ଆତଙ୍କବାଦୀଙ୍କ ହାତକୁ ଦେଶକୁ ଟେକି ଦେଇ ପଳାଇଯାଇଛନ୍ତି ରାଷ୍ଟ୍ରପତି ଆସ୍ରଫ ଘନି। ସେ କିଛି ସହଯୋଗୀଙ୍କ ସହ ମିଶି କାଜିକିସ୍ତାନ ପଳାଇ ଯାଇଛନ୍ତି। ତାଲିବାନୀ କାବୁଲରେ ପ୍ରବେଶ କରିବା ପରେ ଘନି ସୁରକ୍ଷା ଦୃଷ୍ଟିରୁ ଦେଶ ଛାଡିଛନ୍ତି।

ଏପରି ଆଫାନିସ୍ତାନରେ ଚାଲିଛି କ୍ଷମତା ହସ୍ତାନ୍ତର ପ୍ରକ୍ରିୟା। ଆଫଗାନିସ୍ତାନ ଖାଲି କରିଥିବା ଆଉଟ୍ ପୋଷ୍ଟକୁ କବଜା କରିଛନ୍ତି ତାଲିବାନ ଯୋଦ୍ଧା। କାବୁଲ ଭିତରେ ତାଲିବାନ ପ୍ରବେଶ କରୁଥିବାରୁ ଭୟଭୀତ ନହେବାକୁ ଲୋକଙ୍କୁ କହିଛନ୍ତି ତାଲିବାନ ମୁଖପାତ୍ର। ଆଫାନିସ୍ତାନ ରାଷ୍ଟ୍ରପତି ଦେଶ ଛାଡିବା ପରେ କାବୁଲକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେଇଛି ତାଲିବାନ ।

ଜଲାଲାବାଦ ଦଖଲ ପରେ କାବୁଲରେ ପହଞ୍ଚିଥିଲେ ତାଲିବାନୀ । ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ପାଇଁ ଅପେକ୍ଷା କରିବାକୁ କମାଣ୍ଡୋଙ୍କୁ କହିଥିଲେ। ହିଂସା କି ରକ୍ତପାତ ହେବନି ବୋଲି କୁହାଯାଇଥିଲା। ଶାନ୍ତିପୂର୍ଣ୍ଣ ଆତ୍ମସମର୍ପଣ ପାଇଁ ଆଫଗାନ ସରକାରଙ୍କ ସହ ଆରମ୍ଭ ହୋଇଥିଲା ଆଲୋଚନା।

Leave A Reply

Your email address will not be published.