Latest Odisha News

BREAKING NEWS

ନ୍ୟୁୟର୍କରୁ ଦିଲ୍ଲୀ ଆସିଲା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ସୋମବାର ଦିନ ଆମେରିକାରୁ ଭାରତକୁ ୩୧୮ଟି ଅମ୍ଳଜାନ ଉତ୍ପାଦନ ଉପକରଣ  ଆଣିଛି। ଆଜି ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟରସ୍‌ ନ୍ୟୁୟର୍କରୁ ଦିଲ୍ଲୀ ପହଞ୍ଚିଛି। ଆଗାମୀ ଦିନରେ ଆଉ ୬୦୦ଟି ଉପକରଣ ଆସିବ ବୋଲି କୁହାଯାଇଛି। ଏହାଦ୍ବାରା ଭାରତରେ ଦେଖାଦେଇଥିବା ଅମ୍ଳଜାନର ଅଭାବକୁ ଦୂର କରାଯାଇପାରିବ ବୋଲି ଆଶା କରାଯାଉଛି।

ଏୟାର ଇଣ୍ଡିଆ ବିମାନକୁ ରବିବାର ଜେଏଫକେ ବିମାନ ବନ୍ଦରରେ ଲୋଡ୍ କରାଯାଇଥିଲା ଏବଂ ଏହା ସୋମବାର ଦିଲ୍ଲୀରେ ପହଞ୍ଚିଥିଲା। ନ୍ୟୁୟର୍କରୁ ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟରସ୍‌ ଆଗମନକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ପୁରୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.