Latest Odisha News

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ; କହିଲେ କରୋନାର ଦ୍ୱିତୀୟ ତରଙ୍ଗ ପାଇଁ ଦାୟୀ ହେଉଛି ଇସି

ଚେନ୍ନାଇ: ସୋମବାର ଦିନ ମାଡ୍ରାସ ହାଇକୋର୍ଟ କୋଭିଡ-୧୯ ର ମାରାତ୍ମକ ଦ୍ୱିତୀୟ ତରଙ୍ଗ ମଧ୍ୟରେ ରାଜନୈତିକ ସମାବେଶକୁ ଅନୁମତି ଦେଇଥିବାରୁ ଭାରତର ନିର୍ବାଚନ ଆୟୋଗଙ୍କୁ କଡ଼ା ନିନ୍ଦା କରିଛନ୍ତି।

କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ପାଇଁ ଇସି ଏକକ ଭାବରେ ଦାୟୀ ବୋଲି କହିଛନ୍ତି କୋର୍ଟ। ରାଜନୈତିକ ଦଳମାନଙ୍କୁ ନିର୍ବାଚନ ରାଲି କରିବାକୁ କାହିଁକି ଅଟକାଇଲେ ନାହିଁ ବୋଲି ମାଡ୍ରାସ ଏଚସି ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ସୋମବାର ଦିନ ମତଦାନ ସଂସ୍ଥାକୁ ତାଗିଦ କରି କହିଛନ୍ତି।

ମାଡ୍ରାସ ଏଚସି ଏହା ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଆୟୋଗର ଅଧିକାରୀମାନଙ୍କୁ ହତ୍ୟା ଅଭିଯୋଗ ପାଇଁ ଧରାଯିବା ଉଚିତ।

“କୋଭିଡ୍-୧୯ ର ଦ୍ୱିତୀୟ ତରଙ୍ଗ ପାଇଁ ତୁମର ଅନୁଷ୍ଠାନ ଏକକ ଭାବରେ ଦାୟୀ। ବୋଧହୁଏ ହତ୍ୟା ଅଭିଯୋଗରେ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ଧରା କରାଯିବା ଉଚିତ ବୋଲି ଏଚସି କହିଛନ୍ତି।

ଜନସ୍ୱାସ୍ଥ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ସ୍ମରଣ କରାଇବାକୁ ପଡିବ। ପ୍ରଧାନ ବିଚାରପତି କହିଛନ୍ତି ଯେ ଯେତେବେଳେ ଜଣେ ନାଗରିକ ବଞ୍ଚିଥାଏ ସେତେବେଳେ ସେ ଅଧିକାର ଉପଭୋଗ କରିବାକୁ ସମର୍ଥ ହୋଇଥାଏ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

Leave A Reply

Your email address will not be published.