Latest Odisha News

ଏଣିକି ଆକାଶରେ ବି ମିଳିବ ଇଣ୍ଟରନେଟ ସେବା…

ନୂଆଦିଲ୍ଲୀ: ଏଣିକି ଆକାଶରେ ମିଳିବ ଇଣ୍ଟରନେଟ ସେବା । ବିମାନରେ ଯାତ୍ରା କରୁଥିବା ବେଳେ ଏବେ ଯାତ୍ରୀ ପାଇବେ ଇଣ୍ଟରନେଟ ସେବା । ଚଲାଇପାରିବେ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଣ୍ଟରନେଟ ଚାଳିତ ଯନ୍ତ୍ର ବ୍ୟବହାର କରିପାରିବେ ।

ଏୟାର ଇଣ୍ଡିଆ, ଭାରତର ପ୍ରମୁଖ ବିଶ୍ୱସ୍ତରୀୟ ବିମାନ କମ୍ପାନୀ ଏବେ ଏମିତି କିଛି ସ୍ବତନ୍ତ୍ର ବ୍ୟବସ୍ଥା ତାର ଯାତ୍ରୀଙ୍କୁ ଯୋଗେଇ ଦେଇଛି । ଘରୋଇ ଏୟାର ଲାଇନ୍ସ ରୁଟରେ ଉଡ଼ାଣ ମଧ୍ୟରେ ୱାଇ-ଫାଇ ସଂଯୋଗ ଯୋଗାଇଦେବାରେ ଭାରତକୁ ପ୍ରଥମ ଦେଶ କରିଛି ଏୟାର ଇଣ୍ଡିଆ । ତେବେ ଏହି ସେବା ଚଳିତ ବର୍ଷ ଜାନୁଆରୀ ୧ ଠାରୁ କିଛି ଚୟନିତ ଏୟାର ଇଣ୍ଡିଆ ବିମାନ – ଏୟାରବସ୍ A350, ବୋଇଂ 787-9, ଏବଂ କିଛି ନିର୍ଦ୍ଦିଷ୍ଟ ଏୟାରବସ୍ A321 ନିଓ ମଡେଲରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଛି ।  ଯାହା ଆକାଶରେ ସଂଯୋଗକୁ ବାସ୍ତବତାରେ ପରିଣତ କରିଛି ।

ଯାହା ସେମାନଙ୍କ ଯାତ୍ରାକାଳୀନ ସମୟକୁ ଆହୁରି ଆନନ୍ଦିତ କରିବା ସହ ଅବସର ବିନୋଦନ ଏବଂ ବ୍ୟବସାୟିକ ଉଡ଼ାଣକାରୀଙ୍କ ପାଇଁ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରାଇବ । ଯାହାଦ୍ବାରା ସେମାନେ ବ୍ରାଉଜର ବ୍ୟବହାର କରିପାରିବା, ସୋସିଆଲ ମିଡିଆଲ ବ୍ୟବହାର କରିବା, ନିଜ କାମ ବିଷୟରେ ଅପଡେଟ୍ ରହିବା ସହିତ ପରିବାର ଏବଂ ବନ୍ଧୁମାନଙ୍କ ସହିତ ମଧ୍ୟ ସମ୍ପର୍କରେ ରହିପାରିବେ ।

ଏହାକୁ ନେଇ ଏୟାର ଇଣ୍ଡିଆ କହିଛି, ଆଧୁନିକ ଯାତ୍ରା ସହ ଏଭଳି ସଂଯୋଗର ଆବଶ୍ୟକତା ରହିଛି । ସଂଯୋଗୀକରଣ ବର୍ତ୍ତମାନ ଆଧୁନିକ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି । କିଛି ଲୋକଙ୍କ ପାଇଁ ଏହା ପ୍ରକୃତ ସମୟକୁ ପରସ୍ପର ସହ ବାଣ୍ଟିବାର ସୁବିଧା ଏବଂ ଆରାମ ହୋଇଥିବା ବେଳେ ଅନ୍ୟମାନଙ୍କୁ ପାଇଁ ଏହା ଅଧିକ ଉତ୍ପାଦକତା ଏବଂ ଦକ୍ଷତା ପ୍ରଦାନ କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ନିଶ୍ଚିତ ଯେ ଆମର ଯାତ୍ରୀମାନେ ଇଣ୍ଟରନେଟ ସେବା ଯୋଗୁଁ ୱେବ ସହିତ ଯୋଡିହୋଇ ରହିବେ ଏବଂ ବିମାନରେ ନୂତନ ଏୟାର ଇଣ୍ଡିଆର ଅଭିଜ୍ଞତାକୁ ଉପଭୋଗ କରିବାର ବିକଳ୍ପକୁ ପ୍ରଶଂସା କରିବେ । ଯାତ୍ରୀମାନେ ଲାପଟପ୍, ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ଇତ୍ୟାଦି ସହିତ ୱାଇ-ଫାଇ ବ୍ୟବହାର କରିପାରିବେ । ବିମାନରେ ୱାଇ-ଫାଇ ମାଧ୍ୟମରେ ଗ୍ରାହକମାନେ ୩୦ ହଜାର ଫୁଟରୁ ଅଧିକ ଉଚ୍ଚତାରେ ଏକାସାଙ୍ଗରେ ଏକାଧିକ ଉପକରଣ ଉପଭୋଗ କରିପାରିବେ ।

ତେବେ ଏହି ପୂରା ସେବା ସାଟେଲାଇଟ୍ ସଂଯୋଗ ଏବଂ ସରକାରୀ କଟକଣା ଭଳି କାରଣ ଉପରେ ନିର୍ଭର କରିବ । ଏୟାର ଇଣ୍ଡିଆର ଏହି ପଦକ୍ଷେପ ଯାତ୍ରୀଙ୍କ ଅଭିଜ୍ଞତା ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଏହି ପଦକ୍ଷେପ ସହିତ, ଏୟାର ଇଣ୍ଡିଆ କେବଳ ଭାରତୀୟ ବିମାନ ଚଳାଚଳରେ ଖାଲି ଏକ ମାନଦଣ୍ଡ ସ୍ଥାପନ କରିବ ନାହିଁ, ଏଥିସହିତ ଗ୍ରାହକ ସନ୍ତୁଷ୍ଟି ପ୍ରତି ମଧ୍ୟ ଏୟାର ଇଣ୍ଡିଆର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି ।

Comments are closed.