ନୂଆଦିଲ୍ଲୀ: ଦିଲ୍ଲୀରୁ ବ୍ୟାଙ୍କକକ୍ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି। ଏୟାର ଇଣ୍ଡିଆ ଏହି ଘଟଣା ବିଷୟରେ ଡିଜିସିଏକୁ ଜଣାଇଛି।
ବୁଧବାର ଦିଲ୍ଲୀରୁ ବ୍ୟାଙ୍କକକ୍ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଏୟାର ଇଣ୍ଡିଆ ଯାତ୍ରୀ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିଛି ।
ସୂଚନାନୁସାରେ, ବିମାନ ଏଆଇ ୨୩୩୬ ରେ ଥିବା ଯାତ୍ରୀ ମଦ୍ୟପାନ କରି ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିସ୍ରା କରିଥିଲେ। ଏହି ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଛି ଏବଂ ଏୟାର ଇଣ୍ଡିଆ ବ୍ୟାଙ୍ଗକକରେ “ପୀଡିତ ଯାତ୍ରୀ”ଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛି, ଏବଂ ଏଭଳି ଆଚରଣ କରିଥିରେବ ଯାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବାର ଏହି ମାମଲା ପ୍ରଥମ ନୁହେଁ । ୨୦୨୨ ନଭେମ୍ୱରରେ ଏପରି ସମାନ କେସ୍ ସାମନାକୁ ଆସିଥିଲା । ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ଫ୍ଲାଇଟରେ ଶଙ୍କର ମିଶ୍ରା ନାମକ ଜଣେ ଯାତ୍ରୀ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ । ପରେ ଜାନୁଆରୀ ୬ରେ ଅଭିଯୁକ୍ତ ଗିରଫ କରାଯାଇଥିଲା । ଜାନୁଆରୀ ୩୧ରେ କୋର୍ଟ ଶଙ୍କର ମିଶ୍ରାଙ୍କୁ ବେଲ୍ ଦେଇଥିଲେ ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ କରିବ। ଏ ବିଷୟରେ ଏୟାରଲାଇନ୍ସ ସହିତ କଥାବାର୍ତ୍ତା କରାଯିବ। “ଯଦି କୌଣସି ଭୁଲ ହୋଇଛି, ତେବେ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ” ।
Comments are closed.