Latest Odisha News

BREAKING NEWS

ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଏୟାର ଇଣ୍ଡିଆର B787 ଥିଲା । ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ୟାବିନ କ୍ରୁ ଥିଲେ ।

ଏବେ ଏହି ଦୁର୍ଘଟଣା ସହିତ ଜଡିତ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ । ତେବେ ବିଜୟ ରୁପୁନୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ସାମ୍ନାକୁ ଆସିନାହିଁ ।

ସୂଚନା ମୁତାବକ, ଗୁରୁବାର ମଧ୍ୟାହ୍ନ ୧ଟା ୩୮ ସମୟରେ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ, ବିମାନଟି ଏକ ଆବାସିକ ଅଞ୍ଚଳରେ (ମେଘାନୀ ନଗର) ଏକ ଗଛରେ ପିଟି ହେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନଟି କ୍ୟାପଟେନ ସୁମିତ ସବରୱାଲଙ୍କ ନେତୃତ୍ୱରେ ପରିଚାଳିତ ହେଉଥିଲା । ଫାଷ୍ଟ ଅଫିସର କ୍ଲାଇଭ୍ କୁନ୍ଦର ତାଙ୍କ ସହିତ ଥିଲେ । କ୍ୟାପଟେନ୍ ସୁମିତ ସବରୱାଲଙ୍କ ପାଖରେ ୮୨୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଅଛି । ଯେତେବେଳେ ତାଙ୍କ ସହ-ପାଇଲଟଙ୍କର ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିଲା ।

ବିଜୟ ରୂପାନୀ ଭାରତୀୟ ଜନତା ପାର୍ଟିର ନେତା ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ । ବିଜୟ ରୂପାନୀଙ୍କ ଜନ୍ମ ରଙ୍ଗୁନରେ ହୋଇଥିଲା ଯାହା ବର୍ତ୍ତମାନ ମିଆଁମାରର ୟାଙ୍ଗନ ଭାବରେ ଜଣାଶୁଣା । ୧୯୬୦ ମସିହାରେ ରାଜନୈତିକ ଅସ୍ଥିରତା ପରେ ତାଙ୍କ ପରିବାର ଗୁଜରାଟର ରାଜକୋଟକୁ ଚାଲିଆସିଥିଲେ । ରୂପାନୀ ସ୍କୁଲରେ ପଢ଼ୁଥିବା ସମୟରେ ଆରଏସଏସ ଶାଖାରେ ଯୋଗ ଦେଇଥିଲେ । ଏହା ପରେ ସେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ମାଧ୍ୟମରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୪ ମସିହାରେ ସେ ବିଧାନସଭା ନିର୍ବାଚନ ଲଢ଼ି ରାଜକୋଟ ପଶ୍ଚିମରୁ ଉପନିର୍ବାଚନ ଜିତିଥିଲେ । ସେ ୨୦୦୬ ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । ବିଜୟ ରୂପାନୀ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

 

Comments are closed.