Latest Odisha News

BREAKING NEWS

ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍, ଠାବ ହେଲା ଦ୍ୱିତୀୟ ବ୍ଲାକ୍ ବକ୍ସ

ଅହମ୍ମଦାବାଦ: ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI-171 କିପରି ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯାଉଛି। ରବିବାର ଦିନ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଦ୍ୱିତୀୟ ବ୍ଲାକ୍ ବାକ୍ସ ଉଦ୍ଧାର କରିଛନ୍ତି। ବିମାନ ଦୁର୍ଘଟଣାର ଭଗ୍ନାବଶେଷରୁ କକପିଟ୍ ଭଏସ୍ ରେକର୍ଡର୍ (CVR) ମିଳିଛି। ଏହା ଏହି ଦୁର୍ଘଟଣା ପଛରେ ସମ୍ଭାବ୍ୟ କାରଣ ଚିହ୍ନଟ କରିବାରେ ସାହାଯ୍ୟ କରିବ।

କେମିତି ଅହମଦାବାଦରେ ଦୁର୍ଘଟଣାର ଶିକାର ହେଲା ଏୟାର ଇଣ୍ଡିଆର ବୋଇଂ ଡ୍ରିମଲାଇନର ବିମାନ। କାରଣ ଖୋଜା ଚାଲିଥିବାବେଳେ ଉଦ୍ଧାର ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ବିତୀୟ ବ୍ଲାକବକ୍ସ। ପୂର୍ବରୁ ବିମାନର ଭଗ୍ନାବଶେଷ ତଳୁ ଗୋଟିଏ ବ୍ଲାକବକ୍ସ ମିଳିଥିଲା। ତଦନ୍ତ ଭିତରେ ବିମାନର ଦୁଇଟିଯାକ ବ୍ଲାକବକ୍ସ ମିଳି ସାରିଛି। ଏହି ଡିଭାଇସକୁ ତଦନ୍ତ ପାଇଁ ପଠାଯାଇଛି। କକପିଟ୍ ଭଏସ୍ ରେକର୍ଡରରୁ ଦୁର୍ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।

ବିମାନ ଦୁର୍ଘଟଣା ପରଠାରୁ ଭଗ୍ନାବଶେଷ ନିରନ୍ତର ସନ୍ଧାନ କରାଯାଉଛି। ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ସମେତ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିଲା। ପିଏମ୍ ପ୍ରମୁଖ ସଚିବ ପି କେ ମିଶ୍ର ଗତକାଲି ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ। ଏତିକିବେଳେ ତଦନ୍ତକାରୀ ଟିମ୍ ତାଙ୍କୁ ଦୁଇଟି ଯାକ ବ୍ଲାକବକ୍ସ ମିଳିଥିବା ସୂଚନା ଦେଇଥିଲେ।

 

Comments are closed.