Latest Odisha News

BREAKING NEWS

କରୋନାଭାଇରସ ଆତଙ୍କ: ଏପ୍ରିଲ୍ ୩୦ ଯାଏଁ ଏୟାର ଇଣ୍ଡିଆର ବୁକିଂ ବନ୍ଦ

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଜାରି ରହିଛି । ଏଭଳି ସ୍ଥଳେ ଆସନ୍ତା ଏପ୍ରିଲ୍ ୩୦ ତାରିଖ ଯାଏଁ ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ବନ୍ଦ କରାଯିବ ।

କମ୍ପାନୀ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଆଗାମୀ ଏପ୍ରିଲ୍ ୧୪ ତାରିଖରେ ସାରା ଦେଶରେ ଲକଡାଉନ ସରିବାକୁ ଥିଲେ ମଧ୍ୟ ତତପରେ ଏୟାର ଇଣ୍ଡିଆରେ ଯାତ୍ରା ପାଇଁ କୌଣସି ଟିକେଟ୍ ବୁକିଂ ଗ୍ରହଣ କରାଯିବ ନାହିଁ । ଏହାଛଡା ଆମେ ଏପ୍ରିଲ୍ ୧୪ ତାରିଖ ପରେ ଆଗାମୀ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ ।

ଏନେଇ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲା କହିଛନ୍ତି ଯେ ଲକଡାଉନର ସମୟ ସରିବା ପରେ ତଥା ଏପ୍ରିଲ୍ ୧୪ ପରେ ବିମାନ କମ୍ପାନୀମାନେ ଟିକେଟ ବୁକିଂ ନେଇ ସ୍ୱାଧୀନତା ପାଇବେ ।

ଉଲ୍ଲେଖଯୋଗ୍ୟ, କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୫ ତାରିଖରୁ ୨୧ ଦିନ ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । ଯାହାଫଳରେ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ସ୍ଥଗିତ ରଖାଯାଇଛି ।

Leave A Reply

Your email address will not be published.