Latest Odisha News

ଆମେରିକା ଓ ଫ୍ରାନ୍ସରେ ସ୍ଥିତି ବେହାଲ; କରୋନା ସଂକ୍ରମଣରେ ଦିନକରେ ହଜାରେ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାର ପ୍ରଭାବ ଚୀନ ପରେ ଆମେରିକା ଓ ଫ୍ରାନ୍ସରେ ପଡିଥିବା ଦେଖିବାକୁ ମିଳିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନାଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୪୮୦ ଓ ଫ୍ରାନ୍ସରେ ୧୦୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଆହୁରି ମଧ୍ୟ ବର୍ତ୍ତମାନ ସମୟରେ ଆମେରିକାରେ ମୃତକଙ୍କ ସଂଖ୍ୟା ୬୦ ହଜାରରେ ପହଞ୍ଚିଥିବା ବେଳେ ପ୍ରାୟ ୨ ଲକ୍ଷ ୪୪ ହଜାର ସଂକ୍ରମିତ ହୋଇଛନ୍ତି ।

ସେହିପରି ଫ୍ରାନ୍ସରେ ମୃତକଙ୍କ ସଂଖ୍ୟା ଏଯାବତ୍ ୫୩୮୭ରେ ପହଞ୍ଚିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାରରୁ ଅଧିକ ରହିଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଭାରତ, ଫ୍ରାନ୍ସ, ବ୍ରିଟେନ୍‌, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୮ଟି ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.