Latest Odisha News

ବାୟୁସେନାର ନୂଆ ମୁଖିଆ ହେଲେ ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ

ନୂଆଦିଲ୍ଲୀ: ବାୟୁସେନାର ନୂଆ ମୁଖ୍ୟ ଅମର ପ୍ରିତ୍ ସିଂହ । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ବାୟୁସେନାର ପରବର୍ତ୍ତୀ ମୁଖିଆ ହେବେ । ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ଅମର ପ୍ରିତ୍‌ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନ ଏୟାର ମାର୍ଶାଲ୍ ବିବେକ ରାମ ଚୌଧୁରୀ ବାୟୁସେନାର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ସେ ସେପ୍ଟେମ୍ବର ୩୦ରେ ଅବସର ନେବେ । ଏହାପରେ ସେହିଦିନ ଅପରାହ୍ଣରେ ବାୟୁସେନା ମୁଖ୍ୟ ଭାର ଗ୍ରହଣ କରିବେ ଅମର ପ୍ରିତ୍ ।

ତେବେ ୧୯୮୪ରେ ବାୟୁସେନାରେ ପାଦ ଥାପିଥିବା ଅମର ପ୍ରିତ୍ ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ୨୦୨୩ ଫେବୃୟାରୀରେ ସେ ଏହି ପଦ ଗ୍ରହଣ କରିଥିଲେ ।

Leave A Reply

Your email address will not be published.