Latest Odisha News

BREAKING NEWS

ବାୟୁ ପ୍ରଦୂଷଣ ଦୀର୍ଘସ୍ଥାୟୀ ମାନସିକ ବିକୃତିର କାରଣ ହୋଇପାରେ

ୱାଶିଂଟନ୍: ଏକ ନୂତନ ଅଧ୍ୟୟନର ଅନୁଯାୟୀ, ବାୟୁ ପ୍ରଦୂଷଣ ଦୀର୍ଘସ୍ଥାୟୀ ମାନସିକ ବିକୃତିର କାରଣ ହୋଇପାରେ। ଡିମେନ୍ସିଆ ବା ଦୀର୍ଘସ୍ଥାୟୀ ମାନସିକ ବିକୃତି ପାଇଁ ଘାତକ ସାଜିପାରେ ବାୟୁ ପ୍ରଦୂଷଣ। ଏହି ଅନୁସନ୍ଧାନ ୧୯୯୪ରେ ଆରମ୍ଭ ହୋଇଥିଲା। ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ବାୟୁ ମଧ୍ୟରେ ଏକ ସଂଯୋଗ ଚିହ୍ନଟ କରିଥିଲେ।

ଅନୁସନ୍ଧାନର ଫଳାଫଳ ‘ଜର୍ଣ୍ଣାଲ୍‌ ଏନ୍‌ଭର୍‌ମେଣ୍ଟାଲ୍‌ ହେଲ୍‌ଥ ପର୍‌ସ୍ପେକ୍‌ଟିଭ୍‌ରେ ପତ୍ରିକାରେ ପ୍ରକାଶିତ ହୋଇଥିଲା। ହାରାହାରି ଏକ ଦଶନ୍ଧି ମଧ୍ୟରେ ସୂକ୍ଷ୍ମ କଣିକା ପ୍ରଦୂଷଣର ସ୍ତରରେ ଏକ ଛୋଟ ବୃଦ୍ଧି ଲୋକଙ୍କ ପାଇଁ ଦୀର୍ଘସ୍ଥାୟୀ ମାନସିକ ବିକୃତିର କାରଣ ସହିତ ଜଡିତ ଥିଲା।

Comments are closed.