Latest Odisha News

BREAKING NEWS

ଦିନକ ପରେ ପୁଣି ବଢିଛି ପ୍ରଦୂଷଣ ସ୍ତର; ଚିନ୍ତାରେ ରାଜଧାନୀବାସୀ

ନୂଆଦିଲ୍ଲୀ: ସୋମବାର ସକାଳେ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ଆସିବା ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ପୁଣି ଖରାପ ହେବାରେ ଲାଗିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ସାମଗ୍ରିକ AQI ନଭେମ୍ବର ୧୬, ମଙ୍ଗଳବାର ସକାଳ ୮ ଟାରେ ୩୮୯ ରେ ପହଞ୍ଚିଛି। ଏହା ଅତ୍ୟନ୍ତ ଗୁରୁତର ବର୍ଗ (୪୦୦) ରେ ପ୍ରବେଶ କରିବାକୁ ଯାଉଛି।

୫୧ ରୁ ୧୦୦ ପରିସର ମଧ୍ୟରେ AQI ‘ସନ୍ତୋଷଜନକ’ ଭାବରେ ବିବେଚନା କରାଯାଏ। ୧୦୧ରୁ୨୦୦ ହେଉଛି ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’ ବର୍ଗରେ ଧରାଯାଇଥାଏ। ୩୦୦ରୁ ୪୦୦ କୁ ‘ଅତ୍ୟନ୍ତ ଖରାପ’ ଭାବରେ ବିବେଚନା କରାଯାଉଥିବାବେଳେ ୪୦୧ରୁ ୫୦୦ ମଧ୍ୟରେ ବାୟୁର ସ୍ତରଗୁଡିକ ‘ବିପଜ୍ଜନକ’ ବର୍ଗ ଅଧୀନରେ ରହିଥାଏ।

Leave A Reply

Your email address will not be published.