Latest Odisha News

ଟିକା ନେଇନଥିବା ଲୋକଙ୍କ ପାଇଁ ଲାଗୁ ହେବ ଲକ୍‌ଡାଉନ

ନୂଆଦିଲ୍ଲୀ: ଏଯାଏ କରୋନା ଟିକା ନେଇନଥିବା ଲୋକଙ୍କ ଉପରେ ଲାଗୁ ହେବ ଲକ୍‌ଡାଉନ୍‌। ଏମିତି ଏକ ନୂଆ ନିୟମ ଲାଗୁ ହୋଇଛି ଅଷ୍ଟ୍ରିଆରେ। ଯେଉଁମାନେ କରୋନା ଟିକା ନେଇନାହାନ୍ତି ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯିବ। ଶୀତଋତୁର ଆଗମନ ଯୋଗୁ ୟୁରୋପରେ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି।

ୟୁରୋପ ପୁଣିଥରେ ମହାମାରୀର କେନ୍ଦ୍ରବିନ୍ଦୁ ପାଲଟିଛି। କିଛି ଦେଶକୁ ଖ୍ରୀଷ୍ଟମାସ ପୂର୍ବରୁ ଲକ୍‌ଡାଉନ୍‌ ଲାଗୁ କରିବାକୁ ବିଚାର ମଧ୍ୟ କରାଯାଉଛି। ଏହାସହ କୋଭିଡ-୧୯ କୁ ରୋକିବା ପାଇଁ କେବଳ ଟିକା ଯଥେଷ୍ଟ କି ନୁହେଁ ତାକୁ ନେଇ ବିତର୍କ ସୃଷ୍ଟି ହୋଇଛି।

ଦୀର୍ଘ ଦିନ ଧରି ଚାଲିଥିବା ମହାମାରୀ ଅର୍ଥନୀତି ଉପରେ ପ୍ରଭାବ ପକାଇବା ନେଇ ସରକାର ଏବଂ କମ୍ପାନୀଗୁଡିକ ଚିନ୍ତାରେ ଅଛନ୍ତି।

Leave A Reply

Your email address will not be published.