Latest Odisha News

BREAKING NEWS

ଭୟଙ୍କର ବାୟୁ ପ୍ରଦୂଷଣ, ଦିଲ୍ଲୀରେ ଆଜିଠୁ ଚାଲିବନି ଜେନରେଟର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ । ଗତ କିଛି ଦିନ ହେବ ବାୟୁର ପ୍ରଦୂଷଣ ମାତ୍ରା ବଢ଼ିଛି । ଫଳରେ ଦିଲ୍ଲୀର ଚାରିଆଡେ ଧୂଆଁମୟ ହୋଇଯାଇଛି । ଅନେକ ସ୍ଥାନରେ ରାସ୍ତାଘାଟ ଭଲଭାବେ ଦୃଶ୍ୟମାନ ହେଉନାହିଁ । ଏଥିସହ ଲୋକଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ।

ସେପଟେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଆଜିଠୁ ଦିଲ୍ଲୀରେ ଚାଲିବନି ଜେନରେଟର । ଜେନରେଟର ଚଳାଇବା ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର ।  କନଷ୍ଟ୍ରକସନ ଓ ଡେମୋଲିସନ ସାଇଟରେ ନିୟମ ପରିବର୍ତନ କରିବା ପରେ ଏବେ ଦିଲ୍ଲୀ ସରକାର ଜେନରେଟର ଉପରେ କଟକଣା ଲଗାଇଛନ୍ତି। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍ କରି କହିଛନ୍ତି ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ ଡିଜେଲ, ପେଟ୍ରୋଲ, କିରୋସିନରେ ଚାଲୁଥିବା ଜେନରେଟର ଉପରେ ଆଜିଠାରୁ କଟକଣା ଲାଗୁ ହୋଇଛି।

ପୂର୍ବରୁ ଅର୍ଥାତ୍ ସୋମବାର ସବୁ ଛୋଟ ବଡ଼ କନଷ୍ଟ୍ରକସନ ସାଇଟରେ ୫ଟି ନିୟମ ପାଳନ କରିବା ଅନିବାର୍ଯ୍ୟ ବୋଲି କୁହାଯାଇଥିଲା। ଶୀତ ଆସିବା ପୂର୍ବରୁ ଦିଲ୍ଲୀରେ ବାୟୁ ଗୁଣବତ୍ତା ଖରାପ ହୋଇଛି। ଏ ପାଇଁ ଅକ୍ଟୋବର ପ୍ରାରମ୍ଭରୁ ରାଜଧାନୀ ଦିଲ୍ଲୀରେ ନିଶ୍ୱାସପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଜନଗହଳିପୂଣ୍ଣ ସ୍ଥାନରେ ଆଖି ପୋଡୁଛି।

ଯୁଦ୍ଧକାଳୀନ ଭିତ୍ତିରେ ପ୍ରଦୂଷଣ କମ୍ କରିବା ଦିଗରେ ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀ ସରକାର। ଏ ପାଇଁ ଆଣ୍ଟି ଡଷ୍ଟ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଏହା ସହ ଦିଲ୍ଲୀରେ ୧୪ଟି ଟିମ ଭିନ୍ନ ଭିନ୍ନ ଇଲକାରେ ଡଷ୍ଟ କଂଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.