Latest Odisha News

BREAKING NEWS

ଆସନ୍ତାକାଲି ୪ଟାରେ ବାଜିବ ମକ୍‌ ଡ୍ରିଲ୍‌ ପାଇଁ ସାଇରନ୍‌, ସପ୍ତାହେ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ଓଡ଼ିଶାର ୧୨ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ହେବ ମକ୍ ଡ୍ରିଲ। ଆସନ୍ତାକାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ।

ଉପକୂଳ ଜିଲ୍ଲା ଓ ସହରାଞ୍ଚଳରେ ହେବ ମକଡ୍ରିଲ। ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍। ଶତ୍ରୁବିମାନ ଆକ୍ରମଣ କଲେ କିଭଳି ପ୍ରସ୍ତୁତ ରହିବାକୁ ହେବ ଜଣାଇ ଦିଆଯିବ। ପୁଣି ସାଇରନ୍‌ ବାଜିଲେ ମକ୍‌ ଡ୍ରିଲ୍‌ ସରିଲା ବୋଲି ଜଣାଇ ଦିଆଯିବ। ସାଧାରଣତଃ କଂକ୍ରିଟ୍‌ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।

ସୂଚନା ଥାଉକି ମେ ୭ ତାରିଖରେ ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ। ମକ୍ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ। ଦେଶରେ ଚିହ୍ନଟ ୨୫୯ ସିଭିଲ ଡିଫେନ୍ସ ଜିଲ୍ଲାଗୁଡିକରେ ହେବ ମକ ଡ୍ରିଲ୍। ସେଥିରୁ ଓଡ଼ିଶାର ୧୨ଟି ଜିଲ୍ଲା ରହିଛି। କ୍ୟାଟାଗୋରୀ ୧ରେ ତାଳଚେର ରହିଛି। କ୍ୟାଟାଗୋରୀ ଦୁଇରେ ଅଛି ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଓ ରାଉରକେଲା। କ୍ୟାଟାଗୋରୀ ଥ୍ରୀରେ ରହିଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା।

Comments are closed.