Latest Odisha News

BREAKING NEWS

ୟୁକ୍ରେନର ଆବାସିକ ସ୍ଥାନରେ ରୁଷର ଏୟାରଷ୍ଟ୍ରାଇକ୍, ସାଧାରଣ ଲୋକଙ୍କର ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଚାଲିଛି । ରୁଷ୍ ସେନାକୁ କଡ଼ା ମୁକାବିଲା କରୁଛି ୟୁକ୍ରେନ୍ ସେନା । ଆବାସିକ ସ୍ଥାନରେ ପୁଟିନ୍ ସେନା ହମଲା କରୁଛି । ଖାରକିଭ୍ ଓ ଝିଟୋମୀର ସହରରେ ଆବାସିକ ସ୍ଥାନରେ ଏୟାରଷ୍ଟ୍ରାଇକ୍ ହୋଇଛି । ଏଥିରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୩ ଜଣ ଶିଶୁ ଅଛନ୍ତି ।

BjdElectrycity

ୟୁକ୍ରେନରେ ଏଯାଏ ରୁଷ ସେନାର ଆକ୍ରମଣରେ ୪୭୪ ସାଧାରଣ ନାଗରିକଙ୍କର ମୃତ୍ୟୁ ହେଲାଣି । ୮୬୧ ଜଣ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୩୮ ଜଣ ଶିଶୁ । ଯୁଦ୍ଧରେ ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି ରୁଷ ସେନା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଜାତିସଂଘ ।

ସେପଟେ ସୁମି ସହରରେ ବି ଘନ ଘନ ବୋମାମାଡ଼ ସହ ଏୟାରଷ୍ଟ୍ରାଇକ୍ କରୁଛି ରୁଷ୍ ସେନା । ଆବାସିକ ସ୍ଥାନରେ ବିସ୍ଫୋରଣ ହୋଇଛି । ବଡ଼ ବଡ଼ ବିଲଡିଂ ଭାଙ୍ଗି ଚୁରମାର । ବହୁ କୋଠା ମାଟିରେ ମିଶିଛି । ଆଜି ସୁମି ସହରରୁ ୫ହଜାର ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରାଯାଇଛି ।

Comments are closed, but trackbacks and pingbacks are open.