Latest Odisha News

ମାଆ-ଝିଅ ଏୟାରହୋଷ୍ଟେସ: ବିମାନ ଭିତରେ ମାତୃଦିବସର ଶୁଭେଚ୍ଛା ଜଣାଇଲେ : ଯାତ୍ରୀ ହୋଇପଡ଼ିଲେ ଭାବବିହ୍ୱଳ

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ସେମାନଙ୍କ ମାଆ ହେଉଛନ୍ତି ସ୍ୱନନ୍ତ୍ର । ମାଆର ସ୍ଥିତିକୁ ବିଶ୍ୱର ଶୀର୍ଷରେ ରଖାଯାଇଛି । ଗୋଟେ ମାଆ ନିଜ ଦାୟିତ୍ୱରୁ କେବେ ବି ଦୂରେଇ ଯାଏ ନାହିଁ । ଆଧୁନିକ ଯୁଗର ମାଆମାନେ ନିଜ କ୍ୟାରିୟର ସହିତ ପିଲାଙ୍କ ଦାୟିତ୍ୱ ଭଲ ଭାବରେ ତୁଲାଇ ପାରୁଛନ୍ତି । ଯାହା ତାଙ୍କୁ ଅଧିକ ସମ୍ମାନ ଦେଉଛି । ନିକଟରେ ସାରାବିଶ୍ୱରେ ଲୋକେ ମାତୃ ଦିବସ ପାଳନ କରିଛନ୍ତି । ସେହିପରି ବିମାନରେ ଜଣେ ଏୟାର ହୋଷ୍ଟେସ୍ ତାଙ୍କ ମାଆଙ୍କୁ ମଦର୍ସ ଡ଼େ ଶୁଭେଚ୍ଛା ନିଆରା ଢଙ୍ଗରେ ଜଣାଇଛନ୍ତି, ଯାହାକୁ ଦେଖି ଅନ୍ୟ ଯାତ୍ରୀମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି, ଇଣ୍ଡଗୋ ବିମାନରେ ଜଣେ ଏୟାର ହୋଷ୍ଟେସ୍ ଘୋଷଣା କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହି ଘୋଷଣା ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନୁହେଁ, ବରଂ ମାତୃ ଦିବସରେ ନିଜ ମାଆଙ୍କୁ ଶୁଭେଚ୍ଛା ଜଣାଇଥିଲେ ତାଙ୍କ ଏୟାରହୋଷ୍ଟେସ୍ ଝିଅ । ଏଥିସହିତ ଏକ ବିଶେଷ ଉପହାର ମଧ୍ୟ ଦେଇଥିଲେ, ଯାହା ତାଙ୍କୁ ହୃଦୟ ସ୍ପର୍ଶ କରିଥିଲା । ସେ ସମସ୍ତ ଯାତ୍ରୀଙ୍କ ସାମ୍ନାରେ ତାଙ୍କ ମାଆଙ୍କୁ ଏହି ସମ୍ମାନ ଦେବାକୁ ଚାହୁଁଥିଲେ । ତାଙ୍କର ମହାନତା ଜଣାଇବାକୁ ଚାହୁଁଥିଲେ । ଉଭୟ ଏୟାରହୋଷ୍ଟେସ୍ ମାଆ ଓ ଝିଅକୁ ଦେଖି ଯାତ୍ରୀମାନେ ଭାବବିହ୍ୱଳ ହୋଇପଡ଼ିଥିଲେ । ଇଣ୍ଡିଗୋ ବିମାନ ନିଜେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡ଼ିଓକୁ ସେୟାର କରିଛି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡ଼ିଓକୁ ଅନେକ ଲୋକ ବହୁତ ପସନ୍ଦ କରିଛନ୍ତି । ଏହି ମୁହୂର୍ତ୍ତ ମାତୃତ୍ୱ ପାଇଁ ଏକ ସୁନ୍ଦର ଶୁଭେଚ୍ଛା ବୋଲି କେହି କହିଥିବା ବେଳେ ଆଉ କେହି ଏହା ନିଶ୍ଚିତ ଭାବରେ ଏକ ଗର୍ବର ମୁହର୍ତ୍ତ । ଉଭୟ ମା ଏବଂ ଝିଅଙ୍କୁ ଅନେକ ଅନେକ ଅଭିନନ୍ଦନ, ଭଗବାନ ଆପଣଙ୍କୁ ଖୁସିରେ ରଖନ୍ତୁ ବୋଲି କହିଛନ୍ତି ।

Comments are closed.