Latest Odisha News

ଏଥର ବିମାନଯାତ୍ରା କଲେ ମିଳିବ ଏହି ସୁବିଧା!!

ନୂଆଦିଲ୍ଲୀ: ଅଧିକ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ବିମାନସେବା ଏବେ କିଛି ନୂଆ ଅଫର ପ୍ରଦାନ କରୁଛି । ଦେଶର ବୃହତ୍ତମ ବିମାନ କମ୍ପାନୀ ଇଣ୍ଡିଗୋ ଏକ ଯୋଜନା ପ୍ରସ୍ତୁତ କରିଛି । ଯାହା ପ୍ରତ୍ୟେକ ମିଲିୟନ୍ ଯାତ୍ରୀରେ ଜଣଙ୍କୁ ଦୁଇଟି ମାଗଣା ରାଉଣ୍ଡ ଟ୍ରିପ୍ ଟିକେଟ୍ ପ୍ରଦାନ କରିବ ବୋଲି ଘୋଷଣା କରିଛି ।

ଏୟାରଲାଇନ୍ସ କହିଛି ଯେ ପ୍ରତି ଦୁଇ ଦିନରେ ୫୦ରୁ ଅଧିକ ଗନ୍ତବ୍ୟ ସ୍ଥଳରେ ଏକ ମିଲିୟନ ଯାତ୍ରୀ ଏହି ବିମାନସେବାକୁ ବ୍ୟବହାର କରୁଛନ୍ତି । ଏହା ଦୈନିକ ୫୦୦ଟି ସ୍ଥାନରେ ୭୦୦୦୦ରୁ ଅଧିକ ଯାତ୍ରୀ ବୁକିଂ ଗ୍ରହଣ କରୁଛି ବୋଲି ହିନ୍ଦୁସ୍ତାନ ଟାଇମ୍ସ  ପକ୍ଷରୁ ରିପୋର୍ଟ ମିଳିଛି ।

ଇଣ୍ଡିଗୋସ୍ ମୁଖ୍ୟ ବାଣିଜ୍ୟ ଅଧିକାରୀ ୱିଲିୟମ୍ ବୁଲ୍ଟର୍ କହିଛନ୍ତି, ଆମେ ବିମାନ ଯାତ୍ରା ଉପରେ ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛୁ ଏବଂ ଆମର ଶ୍ରମର ଫଳ ଭାବରେ ପାଖାପାଖି ୩ ନିୟୁତ ଯାତ୍ରୀ ଲକଡାଉନ ପରବର୍ତ୍ତୀ ସମୟରେ ଯାତ୍ରା କରିବା ପାଇଁ ଇଣ୍ଡିଗୋକୁ ବାଛି ସାରିଛନ୍ତି।

ତଥ୍ୟ ଅନୁଯାୟୀ ବିମାନ ଚଳାଚଳ ମେ ୨୫ ରେ ଆରମ୍ଭ ହେବା ପରେ ବିମାନ ସେବାଗୁଡିକ ସେମାନଙ୍କର ମୋଟ ସିଟ୍ କ୍ଷମତାର ୬୦ପ୍ରତିଶତ ଯାତ୍ରୀ  ଉଡ଼ାଇବାକୁ ମଧ୍ୟ ସଂଘର୍ଷ କରୁଛନ୍ତି।

ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ବିମାନ ପରିବହନକାରୀ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଜୁଲାଇରେ ଗୋ ଏୟାର, ଇଣ୍ଡିଗୋ ଏବଂ ଭିଷ୍ଟାରା ଯାତ୍ରୀମାନଙ୍କୁ ରିହାତି ମୂଲ୍ୟରେ ନିକଟସ୍ଥ ସିଟ୍ ବୁକ୍ କରିବାକୁ ଅନୁମତି ଦେଇଥିଲେ ଯାହା ଦ୍ୱାରା ସୁରକ୍ଷିତ ଅନୁଭବ କରିବେ, ଓ ଏହା ବିମାନ ଯାତ୍ରା ପାଇଁ ଯାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବ ବୋଲି ବିମାନ ଚଳାଚଳ ପରାମର୍ଶଦାତା ସୂଚିତ କରିଥିଲେ ।

ଶିଳ୍ପ ବିଶେଷଜ୍ଞମାନେ ସର୍ବସମ୍ମତିକ୍ରମେ କହିଛନ୍ତି ଯେ ମହାମାରୀର ଭୟ ବ୍ୟତୀତ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ହେଉଛି ଅନ୍ୟ ଏକ କାରଣ ଯାହା ଯାତ୍ରୀମାନଙ୍କୁ ଦୂରେଇ ରଖିଥାଏ।

Comments are closed.