Latest Odisha News

BREAKING NEWS

ହୋମ୍‌ ଆଇସୋଲେସନ୍‌ରେ କ’ଣ କରିବେ, କ’ଣ କରିବେନି? ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ଡାକ୍ତର

ଭୁବନେଶ୍ୱର: ଏଣିକି ହୋମ୍‌ଆଇସୋଲେସନ୍‌ରେ ଥିବା ରୋଗୀ କ’ଣ କରିବେ ଏବଂ କ’ଣ ନକରିବେ ସେ ନେଇ ପରାମର୍ଶ ଦେବେ ଡାକ୍ତର । କେବେଳ ସେତିକି ନୁହେଁ କରୋନା ଆକ୍ରାନ୍ତଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ ସିଧାସଳଖ କଥା ହେବେ ଡାକ୍ତର । ଏନେଇ ବିଏମ୍‌ସି ଆଜି ଟ୍ୱିଇଟ କରି ସୂଚନା ଦେଇଛିି ।

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଯେଉଁମାନେ ହୋମଆଇସୋଲେସନ୍‌ରେ ଅଛନ୍ତି ସେମାନଙ୍କ ସହ ଆଜି କଥା ହୋଇଛନ୍ତି ଡାକ୍ତର । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଛି । ହୋମ୍ ଆଇସୋଲେଟ୍ ହୋଇ ରହିଥିବା କରୋନା ରୋଗୀ କ’ଣ କରିବେ ଏବଂ କ’ଣ ନକରିବେ ସେନେଇ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ଫେଜ୍ ୱାଇଜ୍ ପ୍ରତିଦିନ ଏହି ଭିଡିଓ କନ୍‌ଫରେନ୍ସିଂ ଆୟୋଜିତ ହେବ ବୋଲି ବିଏମ୍‌ସି ସୂଚନା ଦେଇଛି ।

ରାଜ୍ୟରେ କରୋନାର ପ୍ରକୋପ ବଢ଼ିଚାଲିଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଏବେ କରୋନା ମିଟର ଉପର ମୁହାଁ ରହିଛି । ପ୍ରତିଦିନ ୮ଶହରୁ ୯ ଶହ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନାକୁ ବ୍ରେକ୍ ଲାଗୁନି । ଅନେକ ରୋଗୀ କୋଭିଡ ହସ୍ପିଟାଲ ନଯାଇ ହୋମ୍‌ଆଇସୋଲେଟ୍‌ରେ ଅଛନ୍ତି । ତେବେ ସେମାନଙ୍କୁ ଘରେ ଥାଇ କିଭଳି ଉପଯୁକ୍ତି ଚିକିତ୍ସା ମିଳିପାରିବ ସେନେଇ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.