Latest Odisha News

BREAKING NEWS

ଆରପାରିରେ ରେଡିଓ ମଣିଷ ଉପେନ୍ଦ୍ର କୁମାର ପାହାଡସିଂ

ଭୁବନେଶ୍ୱର: ଆଉ ନାହାଁନ୍ତି ଆକାଶବାଣୀର ବିଶିଷ୍ଠ ସମ୍ବାଦ ପାଠକ ଉପେନ୍ଦ୍ର ପାହାଡସିଂ । ଦିନେ ଏହି ମହାନ ବ୍ୟକ୍ତିତ୍ୱଙ୍କ ଗୁରୁ ଗମ୍ଭୀର ସ୍ୱର ସାରା ଓଡିଶାର ରେଡିଓ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଥିଲା । ହେଲେ ଆଜି ଶେଷ ହୋଇଛି ଉପେନ୍ଦ୍ର କୁମାର ପାହାଡସିଂଙ୍କ ଯୁଗ  ।

ଦିଲ୍ଲୀର ଏକ ଘରୋଇ ହସସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ସବିଶେଷ ରିପୋର୍ଟ ଅନୁଯୟୀ ଦିଲ୍ଲୀର ଆକାଶବାଣୀ କଲୋନୀରେ ସେ ନିଜ ସହଧର୍ମିଣୀଙ୍କ ସହ ରହୁଥିଲେ । ଆଜି ସେ ନାହାଁନ୍ତି ସତ ହେଲେ କାନରେ ପ୍ରତିଧ୍ୱନିତ ହେଉଛି ତାଙ୍କର ସେହି ନିଆରା ଢଙ୍ଗରେ ଖବର ପରିବେଷଣ, “ଆକାଶବାଣୀ… ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡସିଂ” ।

Leave A Reply

Your email address will not be published.