Latest Odisha News

ଦେଶର ବିଭିନ୍ନ ସ୍ଥାନରେ ଏୟାରଟେଲ ସେବା ଡାଉନ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏୟାରଟେଲ ସେବାରେ ସମସ୍ୟା ଉପୁଜିଥିବା ନେଇ ଅଭିଯୋଗ କରିଛନ୍ତି ୟୁଜର୍ସ।

ଏନେଇ ଅନେକ ଗ୍ରାହକ ସୋସିଆଲ ମିଡିଆରେ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ସେବାରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ନେଇ ପୋଷ୍ଟ କରିଛନ୍ତି।

ଡାଉନ୍ ଡିଟେକ୍ଟରର ତଥ୍ୟ ଅନୁଯାୟୀ ଗୁରୁବାର ଦିନ ପ୍ରାୟ ୧୧ଟା ସମୟରେ ଅଧିକାଂଶ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ରିପୋର୍ଟ ଅନୁସାରେ ୪୬ ପ୍ରତିଶତ ଲୋକ ସେବା “ସମ୍ପୂର୍ଣ୍ଣ ବ୍ଲାକଆଉଟ୍” ଥିବା ଅଭିଯୋଗ କରିଛନ୍ତି। ସେହିପରି ୩୨ ପ୍ରତିଶତ ଲୋକ “ସିଗନାଲ ନଥିବା” ଏବଂ ୨୨ ପ୍ରତିଶତ ମୋବାଇଲ୍ କନେକ୍ସନରେ ସମସ୍ୟା ଥିବା ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ- ଆଇଆରସିଟିସି ଆପ୍ ଓ ୱେବସାଇଟ ଠପ୍

ତେବେ ଏୟାରଟେଲ ପକ୍ଷରୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା କିମ୍ବା ଆଧିକାରିକ ଭାବେ ବିବୃତ୍ତି ଦିଆଯାଇନାହିଁ। କିନ୍ତୁ ଏୟାରଟେଲରେ ସମସ୍ୟା ଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

Comments are closed.