ନୂଆଦିଲ୍ଲୀ: ଏୟାରଟେଲ ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ। ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଇବା ପରଠାରୁ, ଅନଲାଇନ୍ ଠକେଇ ଏବଂ ସ୍କାମ ମାମଲା ବହୁ ପରିମାଣରେ ବୃଦ୍ଧି ପାଇଛି।ସ୍କାମର ଲୋକଙ୍କୁ ଠକିବା ପାଇଁ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କିନ୍ତୁ ଯଦି ଆପଣ ଏୟାରଟେଲ୍ ସିମ୍ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସ୍ପାମ୍ ଏବଂ ଠକେଇକୁ ରୋକିବା ପାଇଁ ଏୟାରଟେଲ୍ ଏକ AI-ଆଧାରିତ ଫିଚର ‘Fraud Detection Solution’ ଆଣିଛି ।
ଏହା ଏୟାରଟେଲର ଏକ ନୂତନ ସିଷ୍ଟମ, ଯାହା ଗ୍ରାହକମାନଙ୍କୁ ଇଣ୍ଟରନେଟରେ ଥିବା ବିପଦପୂର୍ଣ୍ଣ ୱେବସାଇଟ୍ ଠାରୁ ସୁରକ୍ଷା ଦେବ । ଯେଉଁଥିରେ OTT ଆପ୍ସ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ମେସେଜିଂ ଆପ୍ ମଧ୍ୟ ଅନ୍ତର୍ଭୁକ୍ତ।
ଏହି ନୂଆ ଫ୍ରଡ୍ ଡିଟେକ୍ସନ ସିଷ୍ଟମ ବିଷୟରେ ଏୟାରଟେଲ୍ କହିଛି ଯେ, ଏହା ଅନେକ ସ୍ତରରେ କାମ କରେ। ଏହି ସିଷ୍ଟମ ବ୍ୟବହାରକାରୀଙ୍କୁ ଅନଲାଇନ୍ ଠକେଇ ଏବଂ ସ୍କାମରୁ ସୁରକ୍ଷା ଦିଏ। ଏହା ଇଣ୍ଟରନେଟରେ ଥିବା ବିପଦପୂର୍ଣ୍ଣ ୱେବସାଇଟ୍ ଚିହ୍ନଟ କରେ ଏବଂ ସେଗୁଡ଼ିକୁ ବ୍ଲକ କରେ। ଏୟାରଟେଲର ଫ୍ରଡ୍ ଡିଟେକ୍ସନ ସିଷ୍ଟମ OTT ଆପ୍ସ, ଇମେଲ୍ ପ୍ଲାଟଫର୍ମ, ୱେବ୍ ବ୍ରାଉଜର୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ପରି ସୋସିଆଲ ମିଡିଆ ପ୍ଲାଟଫର୍ମ- ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ୍ ପରି ମେସେଜିଂ ପ୍ଲାଟଫର୍ମ ଏବଂ ରିଅଲ୍ ଟାଇମରେ SMS ରେ କାମ କରେ।
ଯେତେବେଳେ ଜଣେ ଏୟାରଟେଲ୍ ଉପଭୋକ୍ତା କୌଣସି ବିପଦପୂର୍ଣ୍ଣ ୱେବସାଇଟ୍ କୁ ଯିବାକୁ ଚେଷ୍ଟା କରନ୍ତି, ଏୟାରଟେଲ୍ର ନୂଆ ଫ୍ରଡ୍ ଡିଟେକ୍ସନ ସିଷ୍ଟମ ସେହି ୱେବସାଇଟ୍କୁ ଲୋଡ୍ ହେବାକୁ ଅବରୋଧ କରିଥାଏ। ଏହି ସିଷ୍ଟମ ବିପଦପୂର୍ଣ୍ଣ ୱେବସାଇଟ୍କୁ ଚିହ୍ନଟ କରି ଓପନ୍ କରିବା ପରିବର୍ତ୍ତେ, ବ୍ୟବହାରକାରୀଙ୍କୁ ଏକ ନୂତନ ପେଜ୍ କୁ ନେଇଯାଏ ଯେଉଁଠାରେ ସେମାନଙ୍କୁ ବୁଝାଯାଏ ଯେ ସେହି ୱେବସାଇଟ୍କୁ କାହିଁକି ଅବରୋଧ କରାଯାଇଛି। ଏୟାରଟେଲ୍ ଫ୍ରଡ୍ ଡିଟେକ୍ସନ୍ ସଲ୍ୟୁସନ୍ ସିଷ୍ଟମ୍ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରିଅଲ୍-ଟାଇମ୍ରେ କରିଥାଏ।
Scams in the country are just blowing up, and I know we don’t have time but it is always better to just double check everything – @iamRashmika, National Ambassador for Cybersecurity, speaking on the rise of online frauds.#AirtelTheSafeNetwork pic.twitter.com/njtrnucPR9
— airtel India (@airtelindia) May 16, 2025
ଏୟାରଟେଲ୍ ଏହାର ନୂତନ ଏଆଇ ସୁରକ୍ଷା ପ୍ରଣାଳୀ ବିଷୟରେ କହିଛି ଯେ, ବର୍ତ୍ତମାନ ଏହାକୁ କେବଳ ହରିୟାଣା ସର୍କଲରେ ରହୁଥିବା ଉପଭୋକ୍ତାଙ୍କ ପାଇଁ ଲାଇଭ୍ କରାଯାଇଛି, କିନ୍ତୁ ଶୀଘ୍ର ଏହି ବୈଶିଷ୍ଟ୍ୟ ସମଗ୍ର ଦେଶରେ ଲଞ୍ଚ କରାଯିବ।
ଏୟାରଟେଲ୍ ଏହାର ନୂତନ ଏଆଇ ସୁରକ୍ଷା ପ୍ରଣାଳୀ ବିଷୟରେ କହିଛି ଯେ, ବର୍ତ୍ତମାନ ଏହାକୁ କେବଳ ହରିୟାଣା ସର୍କଲରେ ରହୁଥିବା ଉପଭୋକ୍ତାଙ୍କ ପାଇଁ ଲାଇଭ୍ କରାଯାଇଛି, କିନ୍ତୁ ଶୀଘ୍ର ଏହି ଫିଚର ସମଗ୍ର ଦେଶରେ ଲଞ୍ଚ କରାଯିବ। କମ୍ପାନୀ କହିଛି ଯେ ଏହି ସିଷ୍ଟମ ସମସ୍ତ ଏୟାରଟେଲ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ କୌଣସି ଅତିରିକ୍ତ ଚାର୍ଜ ବିନା ଉପଲବ୍ଧ ହେବ। ଏହି ସିଷ୍ଟମକୁ ସକ୍ରିୟ କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଏହା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ସ୍ୱୟଂଚାଳିତ ଭାବରେ ସକ୍ରିୟ ହେବ।
Comments are closed.