Latest Odisha News

BREAKING NEWS

ଏୟାରଟେଲର ୮୪ ଦିନିଆ ପ୍ଲାନ: ଓଟିଟି ଆପ୍ ସବସ୍କ୍ରିପସନ୍ ସହ ମିଳିବ ପ୍ରତିଦିନ ୨ଜିବି ଡାଟା

ଭୁବନେଶ୍ବର: ଲକ୍ଷଲକ୍ଷ ଗ୍ରାହକଙ୍କ ସୁବିଧା ପାଇଁ ଏୟାରଟେଲ ଅନେକ ପ୍ରକାରର ରିଚାର୍ଜ ପ୍ଲାନ ଆଣିଥାଏ  । କମ୍ପାନୀ ପାଖରେ କମ୍ ଦିନର ପ୍ଲାନ ଠାରୁ ଆରମ୍ଭ କରି ମହଙ୍ଗା, ଶସ୍ତା ସମସ୍ତ ପ୍ରକାରର ପ୍ଲାନ ଉପଲବ୍ଧ। ତେବେ ଯଦି ଆପଣ ଏୟାରଟେଲ ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ପ୍ଲାନର ଲାଭ ଉଠେଇ ପାରିବେ। ଯେଉଁଥିରେ ଲଙ୍ଗ ଭ୍ୟାଲିଡିଟି ଠାରୁ ଆରମ୍ଭ କରି ମାଗଣା କଲିଂ ଏବଂ ଓଟିଟି ଆପ୍ ସବସ୍କ୍ରିପସନ୍ ର ସୁବିଧା ଉପଲବ୍ଧ ।

ଆପଣ ୧୦୨୯ ଟଙ୍କାର ପ୍ଲାନ ନେଇପାରିବେ । ଏହି ଯୋଜନାରେ, କମ୍ପାନୀ ଗ୍ରାହକଙ୍କୁ ୮୪ ଦିନର ଭ୍ୟାଲିଡିଟି ପ୍ରଦାନ କରୁଛି । ଏହା ସହିତ, ଆପଣ ସମସ୍ତ ସ୍ଥାନୀୟ ଏବଂ ଏସଟିଡି ନେଟୱାର୍କରେ ୮୪ ଦିନ ପାଇଁ ଅସୀମିତ ମାଗଣା କଲିଂ ମଧ୍ୟ କରିପାରିବେ । ଏଥିସହ ୮୪ ଦିନ ପାଇଁ ପ୍ରତିଦିନ ୧୦୦ ଟି ଏସଏମଏସ ମଧ୍ୟ ପାଇବେ । ଏଥିସହ ଆପଣ ପ୍ରତିଦିନ ୨ଜିବି ଡାଟା ପାଇବେ ।

ଏହି ରିଚାର୍ଜ ପ୍ଲାନର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ସହିତ ଆପଣଙ୍କୁ ଓଟିଟି ସବସ୍କ୍ରିପସନ୍ ମଧ୍ୟ ମିଳିବ । Airtel ନିଜର ୟୁଜର୍ସଙ୍କୁ ୧୦୨୯ ଟଙ୍କାର ପ୍ଲାନରେ ୩ ମାସ ପାଇଁ ଡିଜନି ପ୍ଲସ୍ ହଟଷ୍ଟାର୍ର ଫ୍ରି ସମସ୍କ୍ରିପସନ୍ ଦେଉଛି । ଏହି ପ୍ଲାନରେ ଆପଣଙ୍କୁ କେବଳ ମୋବାଇଲ୍ ସବସ୍କ୍ରିପସନ୍ ମିଳିବ ।

 

Comments are closed.