Latest Odisha News

BREAKING NEWS

ଏୟାରଟେଲର ସମସ୍ତ ସିମ୍ ୫ଜି, କେବେ ଆପଣଙ୍କ ଅଞ୍ଚଳରେ ସେବା ଆରମ୍ଭ ହେବ ସୂଚନା ଦେଲେ ସିଇଓ

ନୂଆଦିଲ୍ଲୀ: ଟେଲିକମ୍ ଅପରେଟର ଭାରତୀ ଏୟାରଟେଲ୍ ମାସକ ମଧ୍ୟରେ ୫ଜି ସେବା ଆରମ୍ଭ କରିବ । ଡିସେମ୍ବର ସୁଦ୍ଧା ପ୍ରମୁଖ ମେଟ୍ରୋଗୁଡ଼ିକରେ ଏହି ୫ଜି ସେଭା ଉପଲବ୍ଧ ହେବ ବୋଲି ବୁଧବାର କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୨୩ ଶେଷ ସୁଦ୍ଧା ଦେଶର ସମସ୍ତ ସହରାଞ୍ଚଳକୁ ଟେଲିକମ୍ କମ୍ପାନୀ ୫ଜି ସେବା ଯୋଗାଇ ଦେବାକୁ ଯୋଜନା ରଖିଛି ବୋଲି କମ୍ପାନୀର ସିଇଓ ସୂଚନା ଦେଇଛନ୍ତି।

ଭାରତୀ ଏୟାରଟେଲର ସିଇଓ ଗୋପାଳ ଭିଟ୍ଟଲ ଗ୍ରାହକମାନଙ୍କୁ ଦେଇଥିବା ଏକ ବାର୍ତ୍ତାରେ କହିଛନ୍ତି ଯେ ୪ଜି ନେଟଓ୍ୱର୍କ ତୁଳନାରେ ଏୟାରଟେଲ ୫ଜି ୨୦-୩୦ ଗୁଣ ଅଧିକ ସ୍ପିଡ୍ ପ୍ରଦାନ କରିବ। ମାସକ ମଧ୍ୟରେ ଏହି ୫ଜି ସେବା ଆରମ୍ଭ କରିବୁ ବୋଲି ଆଶା କରୁଛୁ।

ଡିସେମ୍ବର ସୁଦ୍ଧା ଦେଶର ପ୍ରମୁଖ ମେଟ୍ରୋ ସହର ଗୁଡିକରେ ଏହାର କଭରେଜ ଉପଲବ୍ଧ ହେବ। ଏହା ପରେ ଆମେ ଦ୍ରୁତ ଗତିରେ ନେଟଓ୍ୱର୍କକୁ ବିସ୍ତାର କରି ସମଗ୍ର ଦେଶକୁ କଭର କରିବୁ। ୨୦୨୩ ମସିହା ଶେଷ ସୁଦ୍ଧା ସମଗ୍ର ସହରାଞ୍ଚଳରେ ଭାରତକୁ ଆମେ କଭର କରିବୁ ବୋଲି ଭିଟ୍ଟଲ କହିଛନ୍ତି।

ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ ଜରିଆରେ ଗ୍ରାହକମାନେ ନିଜ ସହରରେ ୫ଜି ସେବା ବାବଦରେ ଜାଣିପାରିବେ। ୪ଜି ନେଟଓ୍ୱର୍କ ତୁଳନାରେ ଏୟାରଟେଲ ୫ଜି ନାଟକୀୟ ଭାବେ ଅଧିକ ସ୍ପିଡ୍ ପ୍ରଦାନ କରିବ। ଆଜି ଆପଣ ଯେତିକି ବେଗରେ ଇଂଟରନେଟ୍ ବ୍ୟବହାର କରୁଛନ୍ତି ତା’ଠୁ ୨୦ରୁ ୩୦ ଗୁଣ ସ୍ପୀଡିରେ ବ୍ୟବହାର କରିପାରିବେ। ଏହା ଦ୍ୱାରା ଆପଣ କୌଣସି ଆପ୍ଲିକେସନକୁ କ୍ଲିକ କରିବା ମାତ୍ରେ ତାହା ଡାଉନଲୋଡ ହୋଇ ଓପନ ହୋଇପାରିବ ବୋଲି ଭିଟ୍ଟଲ କହିଛନ୍ତି।

ସେ କହିଛନ୍ତି ଯେ ଏୟାରଟେଲର ୫ଜି ସେବା ପାଇଁ ନୂୂଆ ସିମ୍ ନେବାକୁ ପଡ଼ିବ ନାହିଁ। ସମସ୍ତ ସିମରେ ୫ଜି ସେବା ମିଳିପାରିବ। କିନ୍ତୁ ଏହି ସେବା ପାଇଁ ୟୁଜରଙ୍କ ମୋବାଇଲରେ ୫ଜି ସେବା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗୋଟିଏ ମୋବାଇଲରେ ୫ଜି ନେଟଓ୍ୱର୍କ ଉପଲବ୍ଧ ଅଛି କି ନା ଜାଣିବାକୁ ସେଟିଂରେ ଯାଇ ନେଟଓ୍ୱର୍କକୁ କ୍ଲିକ କଲେ ସେଥିରେ ଉଲ୍ଲେଖ କରିବ ୨ଜି, ୩ଜି, ୪ଜି ଭୋଲଟି, ଯଦି ୫ଜି ଦେଖାଇବ ତାହାଲେ ସଂପୃକ୍ତ ମୋବାଇଲରେ ୫ଜି ସେବା ମିଳିବ।

Comments are closed.