ଭୁଵନେଶ୍ଵର: ସେନାରେ ୪ଵର୍ଷିଆ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିଵା ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାଵିରେ ଅଖିଳ ଭାରତ ଛାତ୍ର ସଂଘ ,ଏଆଇଏସ୍ଏଫ୍ ପକ୍ଷରୁ ଓଡିଶା ଵିଧାନ ସଭା ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି।୨୦୧୯ ପରଠାରୁ ସେନାରେ ନିଯୁକ୍ତି ଵନ୍ଦ ଥିଵା ଵେଳେ କରୋନା ପୁର୍ଵରୁ ଖାଲିଥିଵା ପଦଵୀ ପୁରଣ ନିମନ୍ତେ ଏପର୍ଯ୍ଯନ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯାଇ ନାହିଁ।ସେନା ଵାହିନୀରେ ଏକ ଲକ୍ଷ ୨୫ହଜାର ପଦଵୀ ଖାଲି ଥିଲେ ସୁଧା ସେହି ପଦଵୀ ପୁରଣ ପରିଵର୍ତ୍ତେ, ଅଗ୍ନୀପଥ ଯୋଜନା ନାମରେ ମାତ୍ର ୪ଵର୍ଷ ନିମନ୍ତ ଠିକାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ରାଷ୍ଟ୍ରର ପ୍ରତିରକ୍ଷା ଵ୍ଯଵସ୍ଥାକୁ ଦୁର୍ଵଳ କରାଇଵାର ସୁଯୋଗ ସୃଷ୍ଟି କରିଛି। ସୂଚନା ଯୋଗ୍ଯ ଯେ ଏହି ଯୋଜନା ଘୋଷଣା ପୁର୍ଵରୁ ଵରିଷ୍ଠ ସେନା ଅଧିକାରୀ ମାନଙ୍କୁ ପୁନଃ ନିଯୁକ୍ତି କରାଯାଇଛି। ଅଗ୍ନୀପଥ ଯୋଜନା ଅନୁସାରେ ୪ଵର୍ଷ ସେନାରେ କାର୍ଯ୍ଯ କରିଵା ପରେ ୭୫%ରୁ ଉର୍ଦ୍ଧ୍ଵ ଅଗ୍ନୀଵୀରଙ୍କୁ ଚାକିରୀରୁ ଵାହାର କରିଦିଆଯିଵା ଵେଳେ ସେମାନଙ୍କୁ ସ୍ଥାୟୀ ସେନା କର୍ମଚାରୀଙ୍କୁ ମିଳୁଥିଵା କୌଣସି ସୁଵିଧା ସୁଯୋଗ ଅଗ୍ନୀଵୀରମାନଙ୍କୁ ମିଳିଵ ନାହିଁ। ସେନାରୁ ଵିଦାହୋଇଥିଵା ଏହି ୭୫% ଅଗ୍ନୀଵୀରମାନଙ୍କର ଅନିଶ୍ଚିତ ଭଵିଶ୍ଯତର ସୁଯୋଗ ଆତଙ୍କଵାଦୀ ଓ ଉଗ୍ରପନ୍ଥୀ ସଂଗଠନମାନେ ନେଵାର ଦ୍ଵାର ଉନ୍ମୁକ୍ତ କରିଵ। ଏହା ଦେଶର ସାର୍ଵଭୌମତ୍ଵ ଓ ଆଭ୍ଯନ୍ତରୀଣ ନିରାପତ୍ତା ପ୍ରତି ଏକ ଆହ୍ଵାନ ଭାଵେ ଉଭା ହେଵ। ଭାରତୀୟ ସେନାକୁ ଦୁର୍ଵଳ କରି ଅମ୍ଵାନୀ-ଆଦାନୀଙ୍କ ଭଳି ପୁଞ୍ଜିପତିଙ୍କ ନିଜସ୍ଵ ମାଲିକାନାର ସେନାଵାହିନୀ ଗଠନ ପାଇଁ ସହାୟକ ହେଵ। ସମସ୍ତ ରାଷ୍ଟ୍ରୀୟ ସମ୍ଵଳ ଯଥା ରେଳ, ପ୍ରତିରକ୍ଷା ଉତ୍ପାଦନ ଶିଳ୍ପ, ଵୀମାନ ଵନ୍ଦର, ଵନ୍ଦର, ପୋତାଶ୍ରୟ, ଭାରତୀୟ ଜୀଵନ ଵୀମା, ଵ୍ଯାଙ୍କ, GAIL, HAL, BHEL, SAIL ଇତ୍ଯାଦିକୁ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଲାଭ ଲୋଭ ଚରତାର୍ଥ କରିଵା ପାଇଁ ଵିକ୍ରୀ କରି ଦେଇଥିଵା ସ୍ଥଳେ ସ୍ଥାୟୀ ନିଯୁକ୍ତିର ସମସ୍ତ ଦ୍ଵାର ଵନ୍ଦ କରି ଦିଆ ଯାଇଛି। ସରକାର ଵାର୍ଷିକ ୨କୋଟି ନିଯୁକ୍ତିର ପ୍ରତିଶୃତି ଦେଇ ୧୨କୋଟି ନିଯୁକ୍ତି ସମାପ୍ତ କରି ୪୫ ଵର୍ଷର ସର୍ଵକାଳୀନ ଵେରୋଜଗାରୀ ରେକର୍ଡ଼ ସୃଷ୍ଟି କରିଛନ୍ତି।ନିଯୁକ୍ତି ଦେଵାରେ ଅକ୍ଷମ ସରକାର ଏହି ରାଷ୍ଟ୍ର ସ୍ଵାର୍ଥ ଵିରୋଧୀ ଅଗ୍ନୀପଥ ଯୋଜନା ପାଇଁ ସମଗ୍ର ଦେଶରେ ପ୍ରତିଵାଦର ନିଆଁ ଜଳୁଛି।ତେଣୁ ଅଗ୍ନୀପଥ ଯୋଜନା ପ୍ରତ୍ଯାହାର କର,କରୋନା ପୁର୍ଵରୁ ସେନାରେ ନିଯୁକ୍ତି ପାଇଁ ସେନାରେ ମନୋନିତ ପ୍ରାର୍ଥୀଙ୍କଵୟସସୀମା କୋହଳ କରି ଅଵିଳମ୍ଵେ ନିଯୁକ୍ତି ଦିଆଯାଉ, ଠିକା ନିଯୁକ୍ତି ପ୍ରଥା ଵନ୍ଦ କର,ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଖାଲିଥିଵା ପଦଵୀରେ ଅଵିଳମ୍ଵେ ନିଯୁକ୍ତି ଦିଅ,ଅଵସର ପରେ ସମସ୍ତଙ୍କୁ ପେନସନ ଦିଅ,ଆଦାନୀ-ଆମ୍ଵାନୀଙ୍କ ନିଜସ୍ଵ ସେନାଵାହିନୀ ପାଇଁ ସହାୟତା ଵନ୍ଦ କର ଦାଵିରେ ଏହି ଆନ୍ଦୋଳନ ହୋଇ ଅଛି। ଏହି ପୃଷ୍ଠଭୁମିରେ ଏଆଇଏସ୍ଏଫ୍ ପକ୍ଷରୁ ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାଵିରେ ଦେଶ ଵ୍ଯାପୀ ଆନ୍ଦୋଳନ ଚାଲିଥିଵା ଵେଳେ ଆଜି ଓଡିଶା ଵିଧାନସଭା ସମ୍ମୁଖରେ ଆନ୍ଦୋଳନ ଅନୁଷ୍ଠିତ ହୋଇଅଛି।ଏହି ଆନ୍ଦୋଳନକୁ ଵିଭିନ୍ନ ଵାମପନ୍ଥୀ,ଗଣତାନ୍ତ୍ରୀକ ଓ ସାମାଜିକ ସଂଗଠନର ନେତୃଵୃନ୍ଦ ସମର୍ଥନ ଜଣାଇ ସାମିଲ ହୋଇଥିଲ।ଏଆଇଏସ୍ଏଫ୍ ଓଡିଶା ରାଜ୍ଯ ସଭାପତି ସଂଘମିତ୍ରା ଜେନା, ସମ୍ପାଦକ କାହ୍ନୁ ଚରଣ ଲେଙ୍କା, ଵିଵେକ କୃଷ୍ଣ,ଦୀନେଶ ରଞ୍ଜନ, ଶୁଭ୍ରା ରାଣୀ ସାହୁ,ମନୋଜ କୁମାର କର,ଜୀଵନ ଵନ୍ଧୁ ଭୋଇ, ଦେଵ ଵ୍ରତ ଵେହେରା,ମଳୟ ପଣ୍ଡା, ନାରାୟଣ ଵେହେରା, ସୁଚିସ୍ମୀତା ଜେନା, ସାଶ୍ଵତ ପତି ପ୍ରମୁଖ ନେତୃତ୍ଵ ନେଇଥିଵା ଵେଳେ ସମେତ ଶତୀଷ ମିଶ୍ର, ଵିଶ୍ଵ ପ୍ରିୟ କାନୁନଗୋ,ନରେନ୍ଦ୍ର ମହାନ୍ତି, ଶଙ୍କର୍ଷଣ ଵାରିକ, ଅରୁଣ ଜେନା,ଶୁଭେନ୍ଦୁ ଜେନା ଜ୍ଯୋତି ରଞ୍ଜନ ମହାପାତ୍ର, ଅଶୋକ ସାହୁ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହୋଇଥିଲେ।
BREAKING NEWS
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!

Comments are closed.